ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ.

ଭୁବନେଶ୍ୱର, ଆଜି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ବିଭିନ୍ନ ସ୍କୁଲ ପିଲାମାନଙ୍କ ଦ୍ୱାରା ପେଣ୍ଟିଙ୍ଗ ଓ ସ୍ଲୋଗାନ ମାଧ୍ୟମରେ ପାଳନ କରାଯାଇଅଛି. ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ସ୍କୁଲ ପିଲାମାନେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଥିବା ପାର୍କରେ ପବନ ଶକ୍ତି, ସୋଲାର ଶକ୍ତି ଓ ଜଳ ଶକ୍ତି କିପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ ଅତି ଆବଶ୍ୟକ ହେଉଛି ଓ ଶକ୍ତିର ଅପଚୟ ନ କରି ଭବିଷ୍ୟତ ପିଢିଙ୍କପାଇଁ ସଂରକ୍ଷଣ କରିହେବ
ସେହି ବିଷୟରେ କଣ ଭାବୁଛନ୍ତି ଓ ସମାଜକୁ କି ବାର୍ତା ଦେଉଛନ୍ତି ତାହାକୁ ନିଜର ପେଣ୍ଟିଙ୍ଗ ଓ ସ୍ଲୋଗାନ ପ୍ରତିଯୋଗିତା ମାଧ୍ୟମରେ ପ୍ରକାଶ କରିଥିଲେ. ପିଲାମାନେ ଉତ୍ସାହିତ ହୋଇ ଓ ଶକ୍ତି ସଂରକ୍ଷଣ ଉପରେ ଭାବିଚିନ୍ତି ନିଜର ଆଇଡ଼ିଆ ଉପସ୍ଥାପନ କରିଥିଲେ. ଶକ୍ତି ସବୁବେଳେ ଆବଶ୍ୟକ ଶକ୍ତିକୁ କିପରି ସଂରକ୍ଷଣ କରାଯାଇପାରିବ ସେ ବିଷୟରେ ଆଜି ଆମେ ଚିନ୍ତା କରୁଛୁ ବୋଲି ଜଣେ ଛାତ୍ର ପ୍ରକାଶ କରିଥିବାବେଳେ ଫିଉଚର ଜେନେରେସନ ପାଇଁ ଶକ୍ତି ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଜଣେ ଛାତ୍ରୀ ପ୍ରକାଶ କରିଛନ୍ତି. ପିଲାମାନେ ଆରମ୍ଭରୁ ଶକ୍ତି ବିଷୟରେ କଣ ଜାଣୁଛନ୍ତି ଓ ମୂଳରୁ ସେମାନେ ଶକ୍ତିର ବ୍ୟବହାର ଓ ସଂରକ୍ଷଣ ବିଷୟରେ କେତେ ସଚେତନ ତାହା ଜାଣିବା ପାଇଁ ବହୁତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପେଣ୍ଟିଙ୍ଗ କମ୍ପିଟିସନ, ଓ ସ୍ଲୋଗାନ କମ୍ପିଟିସନ କରାଯାଉଛି ବୋଲି କହିଛନ୍ତି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ପ୍ରୋଜେକଟ କୋଅର୍ଡିନେଟର କପିଳ ଜେନ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍