LIVE TV

କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ l

 

 -ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତି ବଗର୍ତ୍ତି ଯୋଗ ଦେଇ କ୍ରୀଡା ଦ୍ଵାରା ଶରୀର ସୁସ୍ଥ ରହେ ବୋଲି ମତ ଦେଇଥିଲେ।ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ବ୍ୟାଡମିଣ୍ଟନ,

କ୍ରିକେଟ,100ମି ଦୌଡ଼,200ମି ଦୌଡ଼,800ମି ଦୌଡ଼, ସଟ୍ ଫୁଟ୍, ଡିସକସ୍ ଥ୍ରୋ ,ଲମ୍ବ ଡିଆଁ,ଉଚ୍ଚ ଡିଆଁ,ମ୍ୟୁଜିକ ଚେୟାର,ଗ୍ଲାସ ବଲ୍ ଆଦି ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରେମଲତା କିନବୋ ଓ ସୁନିତା କନ୍ଦବୁରୋ ବିଜୟୀ ହୋଇଥିଲେ। ଏଥିରେ ଶିକ୍ଷକ ତ୍ରିଲୋଚନ ସାହୁ, ଗିରିଧାରୀ ନାଏକ୍,ମାନସ ରଞ୍ଜନ କଲେତ୍,ଶ୍ଵପ୍ନାସାଗର ତାଣ୍ଡି, ଶିକ୍ଷୟିତ୍ରୀ ରଞ୍ଜିତା ଡୁଳେଶ୍ଵରୀ, ଜ୍ୟୋତି,ଲିଲି, ସାବିତ୍ରୀ ଆଦି ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button