LIVE TV

ମା’ଶାରଳା ଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଚୋର

 


ତିର୍ତ୍ତୋଲ –:ଧର୍ମକର୍ମ ଭୁଲିଗଲେ ଦୁର୍ବୃତ୍ତ ! ମାନବିକତା ଓ ଦୈବୀ ଭୟ କୁ ଜଳାଞ୍ଜଳି ଦେଇ, ମା’ ଶାରଳା ଙ୍କୁ ବି ଛାଡିଲେ ନାହିଁ ! ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ! ଖବର ଅନୁସାରେ ଗତ ବୁଧବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଝଙ୍କଡ଼ ଶାରଳା ମନ୍ଦିରର ନାଟ୍ୟମଣ୍ଡପ ସମ୍ମୁଖରେ ଥିବା ଦାନବାକ୍ସ ହୁଣ୍ଡି କୁ ଭଙ୍ଗାଯାଇ ଲକ୍ଷାଧିକ ଟଙ୍କା କେହି ଅଜ୍ଞାତ ବ୍ୟକ୍ତି ଚୋରିକରି ନେଇଥିବାର ଜଣାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵୀକୃତି ପ୍ରାପ୍ତ ରାତ୍ରୀଜଗୁଆଳୀ ର ବ୍ୟବସ୍ଥା ନଥିବା ବେଳେ , ମନ୍ଦିର ବେଢ଼ାରେ ଶାରଳା ମନ୍ଦିର ପୋଲିସ ଫାଣ୍ଡି ରହିଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏପରି ବଡଧରଣର ଚୋରି ଘଟଣା, ପ୍ରଶାସନିକ ଅବ୍ୟବସ୍ଥା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି । ଅପର ପକ୍ଷରେ ଶାରଳା ମନ୍ଦିର ନବୀକରଣ କର୍ଯ୍ୟ ପାଇଁ ମନ୍ଦିର ସମ୍ମୁଖଭାଗ କୁ ଭାଙ୍ଗି ଦିଆ ଯାଇଥିବା ବେଳେ ନବୀକରଣ କାର୍ଯ୍ୟ କରୁଥିବା ଠିକାଦାରୀ ସଂସ୍ଥା ମଧ୍ୟ କୌଣସି ସିକ୍ୟୁରିଟି ଗାର୍ଡ ରଖି ନଥିବାରୁ, ଚୋରମାନଙ୍କୁ ଚୋରି କରିବାକୁ ନିରାପଦ ହୋଇଯାଇଛି ! ନାଟ୍ୟମଣ୍ଡପ ରେ ଲାଗିଥିବା ସୁଇଜବୋଡ ରୁ ଲାଇନ୍ ଆଣି କଟର ମେସିନ୍ ଦ୍ବାରା ହୁଣ୍ଡି ରେ ଲାଗିଥିବା ଦୁଇଟି ତାଲା କାଟିଲା ପରେ ଅଖାବସ୍ତା ଓ ଗୋଟିଏ ହଳଦିଆ ରଙ୍ଗର ଶାଢ଼ୀରେ ଟଙ୍କା ପୁରାଇ, ମନ୍ଦିରର ପଛପଟରେ ବାହାରି ଯାଇଥିଲେ ମଧ୍ୟ ତରବରିଆ ଭାବରେ କଟର ମେସିନ୍ ଓ କନେକ୍ ଟିଭ ତାର କୁ ଛାଡ଼ି ଦେଇ ଯାଇଥିଲେ । ତେବେ କିଛି ଲୋକଙ୍କ ବାରିବାଟେ ଗଲାବେଳେ ବଣୁଆ ବାଟରେ କିଛି କିଛି ଟଙ୍କା ଓ ଗୋଟିଏ ହଳଦିଆ ରଙ୍ଗର ଶାଢ଼ୀ ସକାଳୁ ଦେଖିବାକୁ ମିଳିଥିଲା, ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ଖବର ପାଇ ଭୋର ୫ ଟା ବେଳେ ପୋଲିସ୍ କୁ ଫୋନ କରି ଜଣାଇଲା ପରେ ପ୍ରଥମେ କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର ଭୋଳ ସଦଳେବଳେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ , ପରେ ପରେ ଅତିରିକ୍ତ ଏସ ପି ଜୟନ୍ତ କୁମାର ମହାପାତ୍ର , ଏସ ଡି ପି ଓ ଚିନ୍ମୟ ରାଉତ , ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି , ସନ୍ଧାନି କୁକୁର ସାହାଯ୍ୟରେ ସନ୍ଦେହରେ ଅଟକଥିବା ଲୋକଙ୍କ ଘର ପାଖରୁ କିଛି ଟଙ୍କା

ଉଦ୍ଧାର କରିବା ପାଇଁ ସମର୍ଥ ହୋଇପାରିଛନ୍ତି। ତେବେ ସି ସି ଟିଭି ଫୁଟେଜ କୁ ପୋଲିସ୍ ଯାଞ୍ଚ କଲାବେଳେ, ଏହି କାରନାମା ର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିବା ଦାଢ଼ି ରଖିଥିବା ଜଣେ ଯୁବକ ପୋଲିସ୍ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଇଛି । ତେବେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କହିବା ଅନୁଯାୟୀ ଓ ତିର୍ତ୍ତୋଲ ତହସିଲଦାର ସତ୍ୟବ୍ରତ ମହାପାତ୍ର ଙ୍କ ଉପସ୍ଥିତିରେ , ଅକଳନ କରଯାଇଛି ଏହି ଏକ ନମ୍ବର ହୁଣ୍ଡିରୁ ବର୍ଷକୁ ୨୫/୩୦ ଲକ୍ଷ ଟଙ୍କା ଆସିଥାଏ । ସମୁଦାୟ ଦାନ ଅର୍ଥ ମଧ୍ୟରୁ ଶତକଡ଼ା ୭୦ ଭାଗ ହୁଣ୍ଡିରେ ଗଚ୍ଛିତ ରହିଥିବା ବେଳେ , ୩୦ ଭାଗ ଅର୍ଥ ଚୋର ମାନେ ନେଇଯାଇଛନ୍ତି। ଅପରାହ୍ନରେ ତହସିଲଦାର ଙ୍କ ଉପସ୍ଥିତି ରେ ଦୁଇଟି ନୂଆ ତାଲା ପକାଯାଇ , ଜଉମୁଦ୍ କରାଯାଇ ମନ୍ଦିର ଶିଲ ମରାହେବା ପରେ, ଦୁଣ୍ଡିର ଗୋଟିଏ ଚାବି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନିକଟରେ ଓ ଅନ୍ୟଟି ତିର୍ତ୍ତୋଲ ତହସିଲଦାର ଙ୍କ ପାଖରେ ଜିମା ରଖାଗଲା । ଏହି ଚୋରି ଘଟଣା ର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button