କଣ୍ଟାମାଳରେ ମାଣ୍ଡିଆ ସଚେତନତା ରଥର ଶୁଭ ଉଦଘାଟନ

କଣ୍ଟାମାଳ, ତା୧୪/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକଠାରେ କୃଷି ବିଭାଗ ଓଡିଶା ମିଲେଟ ମିଶନ ଏବଂ ସ୍ଵେଛାସେବୀ ଅନୁଷ୍ଠାନ ୱାଇ.ସି.ଡି.ଏ. ର ମିଳିତ ସହଯୋଗରେ ମାଣ୍ଡିଆ ସଚେତନତା ରଥର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବରେ କଣ୍ଟାମାଳ ବ୍ଲକ କୃଷି ଅଧିକାରୀ ଲଳିତ କୁମାର ସାହୁ ଏବଂ ବ୍ଲକ ସହକାରୀ କୃଷି ଅଧିକାରୀ ରାଜୀବ କୁମାର ସାହୁ ପତାକା ଦେଖାଇ ରଥଟିକୁ ଶୁଭାରମ୍ଭ କରିଥିଲେ l ଏଥିରେ ବ୍ଲକ କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ସହ ଓଡିଶା ମିଲେଟ ମିଶନର ବ୍ଲକ ସଂଯୋଜକ ଗୌରୀ ଶଙ୍କର ଥାଟି, ସହ ସଂଯୋଜକ ଅନିଲ ବେହେରା ଏବଂ ୱାଇ.ସି.ଡ଼ି.ଏ. ର ପୁର୍ଣ ଚନ୍ଦ୍ର ଖଟୁଆ , କମଲ କୁମାର ମହାନ୍ତି, ଶିବାନୀ ସାହୁ,ଏବଂ ମାତୃଶକ୍ତି ମହିଳା କୃଷକ ଉତ୍ପାଦକ କମ୍ପାନୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏହି ରଥଟି ବ୍ଲକର ବିଭିନ୍ନ ଗ୍ରାମ ଗୁଡିକୁ ବୁଲି ମାଇକ ଦ୍ୱାରା ପ୍ରଚାର କରିବା ସହିତ ଲିଫଲେଟ ବଣ୍ଟନ ମାଧ୍ୟମରେ ମାଣ୍ଡିଆ ଚାଷର ସୁବିଧା, ମାଣ୍ଡିଆ ଖାଦ୍ୟର ବ୍ୟବହାର ଓ ଉପକାରିତା ଏବଂ ବିକ୍ରି କରିବାପାଇଁ ମଣ୍ଡିର ସୁବିଧା ବିଷୟରେ ଚାଷୀଙ୍କୁ ସଚେତନ ବାର୍ତ୍ତା ପହଞ୍ଚାଇବା ହେଉଛି କୃଷି ବିଭାଗର ଉଦ୍ଦେଶ୍ୟ
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ