ଜଣେ କର୍ତ୍ତବ୍ୟ ନିଷ୍ଠା ସରକାରୀ କାର୍ଯ୍ୟରତ ଅଧିକାରିଣୀ ଙ୍କ ବିରୋଧରେ ବିନା ପ୍ରମାଣ ଓ ତଥ୍ଯ ଆଧାରିତ ଭାବରେ ବାରମ୍ୱାର ଅଭିଯୋଗ


ଜଣେ କର୍ତ୍ତବ୍ୟ ନିଷ୍ଠା ସରକାରୀ କାର୍ଯ୍ୟରତ ଅଧିକାରିଣୀ ଙ୍କ ବିରୋଧରେ ବିନା ପ୍ରମାଣ ଓ ତଥ୍ଯ ଆଧାରିତ ଭାବରେ ବାରମ୍ୱାର ଅଭିଯୋଗ ହେଉଛି। ଯାହା ସ୍ୱାର୍ଥରେ ବାଧା ଆସୁଛି ସେ କରୁଛି ଅଭିଯୋଗ । ଟିକେ ସ୍ୱାର୍ଥ ଉପରେ ଆଞ୍ଚ ଆସିଲେ ବା ସ୍ବାର୍ଥ ପୂରଣ ନହେଲେ ତଳହସ୍ତ କର୍ମଚାରି ମାନେ ଆରମ୍ଭ କରିଦିଅନ୍ତି ଆନ୍ଦୋଳନ । ଯାହାକୁ ନେଇ ଏବେ ବିବାଦ ସମସ୍ୟା ଘେରରେ ଛଟପଟ ହେଉଛନ୍ତି ଯାଜପୁର ଜିଲ୍ଲାର ବଡଚଣା ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ର ଅଧିକାରିଣୀ ଶ୍ରୀମତି ଭଗବତୀ ଗୁରୁ। ବିନା ଦୋଷ ବିନା ପ୍ରମାଣ ଓ ତଥ୍ଯ ନଥାଇ ଜଣେ ସରକାରୀ କର୍ମଚାରୀଙ୍କୁ ବାରମ୍ୱାର ଲଦି ଦିଆଯାଉଛି ଅଭିଯୋଗ ର ଲମ୍ବା ଫର୍ଦ୍ଦରେ। ସେ ସ୍ବାର୍ଥ ଦୃଷ୍ଟିରୁ ହେଉ ଅବା ରାଜନୈତିକ କଣ ରୁ।ଅପ୍ରମାଣିତ ମିଥ୍ୟା ଅଭିଯୋଗରେ ଘାଣ୍ଟି ହେଉଛନ୍ତି ଜଣେ କର୍ତ୍ତବ୍ୟ ନିଷ୍ଠା ସଚ୍ଚୋଟ କାର୍ଯ୍ୟରତ ଅଧିକାରିଣୀ ଶ୍ରୀମତି ଭଗବତୀ ଗୁରୁ । ଏହି କିଛି ଦିନ ତଳେ ତାଙ୍କ ନାମରେ ଜଣେ ଅଙ୍ଗୱାଡ଼ି ସୁପରଭାଇଜର ସୁବାସିନି ଦାସ୍ ଆଣିଥିଲେ ମାଡ଼ ମାରି ବା ଅଭିଯୋଗ ।ଅଧିକାରିଣୀ ଶ୍ରୀମତି ଅଙ୍ଗୱାଡ଼ି ସୁପରଭାଇଜର ସୁବାସିନି ଦାସ୍ ଙ୍କୁ ଅଫିସ୍ କାର୍ଯ୍ୟ ପାଇଁ ଓ ଅଫିସ୍ ଲେଟ୍ ଆସିବା ନେଇ ବାରମ୍ୱାର ତାଗିଦ୍ କରିଥିଲେ।
ଯଦି ଜଣେ ତଳ କର୍ମଚାରୀ ଉପରସ୍ଥ ଅଧିକାରିଣୀ ଙ୍କୁ ଅବମାନନା ବା ଅସମ୍ମାନ କରେ ତେବେ କିପରି ଚାଲିବ ଅଫିସ୍ କାର୍ଯ୍ୟ ।ଏନେଇ ଅଙ୍ଗୱାଡ଼ି ସୂପରର୍ଭାଇଯର ସୁବାସିନି ଦାସ୍ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରି ଙ୍କୁ ପ୍ରତିନିଧି ମାନେ ପଚାରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବକୁ ଖୋଲା ଖୋଲି ମନାକରିଦେଇଥିଲେ।। ଏବେ ସେହିପରି ବଡଚଣା ବ୍ଲକ ମିଶନ ଶକ୍ତି ଫେଡ୍ରେଶନ ସଭାପତି ପୁଷ୍ପଲତା ନାଥ ସ୍ୱାର୍ଥ ପୂରଣ ନହେବାରୁ ଅଧିକାରିଣୀ ଶ୍ରୀମତି ଗୁରୁ ନାମରେ ଦୁର୍ବ୍ୟବହାର କରିବା ନେ଼ଇ ବ୍ଲକ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବଡଚଣା ବ୍ଲକର ୨୪ ଟି ପଂଚାୟତରେ ୧୭୭ ଅଙ୍ଗନୱାଡି ପିଲାମାନଙ୍କୁ ସ୍ୱେଟର ଦେବାପାଇଁ ସିଡିପିଓ ଶ୍ରୀମତୀ ଗୁରୁଙ୍କ ପକ୍ଷରୁ ନୋଟିସ ଜାରି ହୋଇଥଲା। ୨୪ଟି ପଞ୍ଚାୟତର ଏ ସେ ଜି ଗ୍ରୁପ୍ ସ୍ୱେଟର ଆବେଦନ କରିଥିଲେ। ତା ମଧ୍ୟରୁ ୨ ଏ ସେ ଜି ଗ୍ରୁପ୍ ଙ୍କୁ ସ୍ୱେଟର ଅଡର ଦିଆଯାଇଥିଲା

ବଡଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥnews




