ଜୋର ଜବରଦସ୍ତି ଜମି ପଯେଶନ ପାଇଁ ଖୋଲା ଖୋଲି ଭାବରେ ଧମକ


ଆରେ ଦିବାନୋ ମୁଝେ ପେହେଚାନୋ ମେହୁ ଡନ,… ଏହି ବବୁ ମାନଙ୍କୁ ଭଲକରି ଦେଖିନିଆନ୍ତୁ…ସୋସିଆଲ ଇନ୍ଷ୍ଟା ରେ ବାବୁ ମାନେ ଡନ ହେଇନଥିଲେ ମଧ୍ୟ ବର୍ତ୍ତମାନ ରିଏଲରେ ଜଣକ ପୈତୃକ ସଂପତ୍ତି ଉପରେ ସାଜିଛନ୍ତି ଡନ ।ଯାହାକି ଜୋର ଜବରଦସ୍ତି ଜମି ପଯେଶନ ପାଇଁ ଖୋଲା ଖୋଲି ଭାବରେ ଧମକ ଦେବାରେ ଲାଗିପଡିଛନ୍ତି। ଚାଷ ହେଉଥିବା ଜମିକୁ ମିଛରେ ଖୋଲା ପଡିଆ ପ୍ରମାଣିତ କରି ନିଜ ଅକ୍ତିଆର ନେବା ପାଇଁ ରଚୁଛନ୍ତି ଷଡଯନ୍ତ୍ର। ଆଉ ଷଡଯନ୍ତ୍ର ବିଫଳ ହେବା ପରେ ଦଳିତ ମୁଲିଆ ଶ୍ରେଣୀ ର ଲୋକଙ୍କୁ ଧମକ ଦେବାରେ ପଛାଉ ନାହାନ୍ତି ଏ ବାବୁ ମାନେ। ହ ଅଜ୍ଞା ଏ ଘଟଣା ହେଉଛି ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବାଲିଚନ୍ଦ୍ରପୁର ଥାନା ଅଧୀନରେ ଥିବା ରାଧାଦେଇପୂର୍ ଗ୍ରାମର। ସୂଚନା ଯୋଗ୍ୟ ଯେ ବିଜୟ ଗନ୍ତାୟାତ ଙ୍କ ବାପା କାର୍ତ୍ତିକ ଚନ୍ଦ୍ର ଗନ୍ତାୟାତ ନାମରେ ଥିବା ଜମିକୁ ସେହି ଗ୍ରାମର ଡ଼ମ୍ବୁରୁଧର ମଳିକ ମୁଲିଆ ହିସାବରେ କାମକରନ୍ତି। ଗତ ୪ତାରିଖ ଦିନ ଡ଼ମ୍ବୁରୁଧର ମଳିକ ମଜୁରୀ ହିସାବରେ ଅନ୍ୟ ଜଣକ ଜମିର ଫସଲ କାଟିବାକୁ ଯାଇଥିଲେ । ସେହି ସମୟରେ କାର୍ତ୍ତିକ ଚନ୍ଦ୍ର ଗନ୍ତାୟାତ ପଟୁଣିଆ ମୌଜା ଖାତା ନଂ୪୬ ଜମିକୁ ଧର୍ମଶାଳା ତହସିଲ ପକ୍ଷରୁ ଆରାଇ ରାମେଶ୍ୱରି ଜେନା ଓ ତାଙ୍କ ସହୋଜଗି ସହ ତଦନ୍ତ ପାଇଁ ଆସିଥିଲେ। ତଦନ୍ତ ସମୟରେ ଆରାଈ ଡ଼ମ୍ବୁରୁଧର ମଳିକ ଙ୍କୁ ଡାକି ପଚାରିଥିଲେ ଜମି ଚାଷ କିଏ କରୁଛିବୋଲି। ମଜୁରୀ ହିସାବରେ ଚାଷ କରୁଛନ୍ତି ବୋଲି କହିଥିଲେ ଡମ୍ବୁରୁଧର। ପରେ ପଟୁଣିଆ ଗ୍ରାମର ବିଭାସ ସାମଲ, ବିନୋଦ ସାମଲ, ରବୀନ୍ଦ୍ର ସାମଲ, ବିକାଶ ରାଉତ, କାହ୍ନୁ ରାଉତ ଙ୍କ ସମେତ ଦଶ ଜଣ ଗୁଣ୍ଡା ଶ୍ରେଣି ବ୍ୟକ୍ତି ଡମ୍ବୁରୁଧରଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହିତ ଛୋଟ ଜାତି ପାଣ କହି ଧମକ ଦେବା ସହ ଆକ୍ରମଣ କରିବାକୁ ଗୋଡ଼େଇଥିଲେ ।ଏନେଇ ଡମ୍ବୁରୁଧର ମଳିକ ବାଲିଚନ୍ଦ୍ରପୁର ଥାନା ର ଦ୍ୱାରାସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଅନୁଯାଇ ବାଲିଚନ୍ଦ୍ରପୁର ଥାନା କେସେ ୪୨୦/୨୩ ଦଫା ୨୯୪,୩୪,୫୦୬,ଅନୁସୂଚିତ ଜାତି ଏବଂ ୩ (୧) (ଆର୍) ସ୍କିଡୁଲେଡ୍ ଟ୍ରାଇବସ୍ (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଆକ୍ଟ, ରେ ରୁଜୁ କରିଛି। ଏପଟେ ଧମକ ପୂର୍ଣ୍ଣ କୁ ଦମ୍ବୁରୁଧର ପାରିବାର ଭୟବିତ ରେ ଥିବା ବେଳେ ଦେଖିବାକୁ ବାକି ରହିଲା ତଦନ୍ତ କୁ ନେଇ ବାଲିଚନ୍ଦ୍ରପୁର ଥାନା ଅଭିଯୁକ୍ତ ମାନଙ୍କୁ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ?
ବଡଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




