Education

ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ସଙ୍କୁଳ ସ୍ତରୀୟ ରାଷ୍ଟ୍ରୀୟ ବାଳ-ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୪* ଉଦଯାପିତ!

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ , ଭୁବନେଶ୍ୱର ସମ୍ଭାଗ ର ବଲାଙ୍ଗୀର ସଙ୍କୁଳର ସଙ୍କୁଳ ସ୍ତରୀୟ *ରାଷ୍ଟ୍ରୀୟ ବାଳ-ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୪* ଧୁମଧାମ ରେ ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଠାରେ ଆୟୋଜିତ ହୋଇ ଯାଇଛି।ମୁଖ୍ୟ ଅତିଥି ଶ୍ରୀ ଭୀମସେନ ପଣ୍ଡା, ପ୍ରାଚାର୍ଯ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ମୁଖ୍ୟ ସଂଚାଳକ ଶ୍ରୀ ସଂଜୀବ କୁମାର ସାହୁ(PGT-PHYSICS)ଙ୍କ ଦ୍ଵାରା ସମସ୍ତ ଅତିଥି ଏବଂ ବିଚାରକ ମଣ୍ଡଳୀର ପରିଚୟ ପ୍ରଦାନ ତଥା ରାଷ୍ଟ୍ରୀୟ ବାଳ-ବୈଜ୍ଞାନିକ ପ୍ରଦର୍ଶନୀର ଉଦ୍ଦେଶ୍ୟ ଏବଂ କାର୍ଯକ୍ରମ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଛାତ୍ର-ଛାତ୍ରୀଙ୍କ ଦ୍ଵାରା ମଧୁର ସ୍ବାଗତ ସଙ୍ଗୀତ ପରିବେଷଣ କରା ଯାଇଥିଲା।

ବଲାଙ୍ଗୀର ସଙ୍କୁଳ ଅନ୍ତର୍ଗତ ୮ ଟି କେନ୍ଦ୍ରୀୟ ବିଦ୍ୟାଳୟ ଯଥା ଭବାନୀପାଟଣା,ବଲାଙ୍ଗୀର, ବରଗଡ, ଧର୍ମଗଡ, ଖରିଆର,ନୂଆପଡ଼ା ଓ ସୋନପୁର ଇତ୍ୟାଦି ବିଦ୍ୟାଳୟ ରୁ ଆସିଥିବା ୬୨ ଛାତ୍ର ଛାତ୍ରୀ “SCIENCE AND TECHNOLOGY FOR SOCIETY” ସନ୍ଦର୍ଭ ଉପରେ ଏଵଂ ୫ ଟି ସବଥିମ୍ ତଳେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ | ଏହି ପ୍ରଦର୍ଶନୀ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆଗ୍ରହ,ନୂତନ ବୈଜ୍ଞାନିକ ଚିନ୍ତାଧାରା ଏବଂ ଜିଜ୍ଞାସୁ ପ୍ରବୃତ୍ତି ର ବିକାଶ ଦିଗରେ ସାହାଯ୍ୟ କରିଥିଲା ।

ମଧ୍ୟାହ୍ନ ରେ “Millets for Health and Sustainable Planet * ଶୀର୍ଷକ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀର ଚୟନିତ ଛାତ୍ର-ଛାତ୍ରୀ ଭୁବନେଶ୍ୱର ସଂଭାଗ ସ୍ତରୀୟ ପ୍ରଦର୍ଶନୀ ରେ ଭାଗ ନେବେ ଯାହା କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବ।ବରିଷ୍ଠ ଶିକ୍ଷକ ଶ୍ରୀ ସଂଜୀବ କୁମାର ସାହୁଙ୍କ ଦ୍ଵାରା ଏବଂ ଶ୍ରୀ ଜ୍ୟୋତିଷ ପୁଟେଲ (TGT- ବିଜ୍ଞାନ), ଶ୍ରୀ ବିପ୍ଲବ ଘୋଷ (PGT ରସାୟନ ବିଜ୍ଞାନ), ସୁଶ୍ରୀ ନିଶା ଯାଦବ (PGT ଜୀବ ବିଜ୍ଞାନ) ଏବଂ ସୁଶ୍ରୀ ହେନା ଫାତିମା (PGT ସଂଗଣକ ବିଜ୍ଞାନ) ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।ଶେଷରେ ଶ୍ରୀ ଭୀମସେନ ପଣ୍ଡା, ପ୍ରାଚାର୍ଯ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button