State

ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ।

ଉମରକୋଟ-୧୩-୧୨-୨୩-(ଆପ୍ର)-

ନବରଙ୍ଗପୁର ଜିଲା ଉମରକୋଟ ପ୍ରେସ କ୍ଲବ ପକ୍ଷରୁ ଆଜି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଗତ କମିଟି ର କାର୍ଯ୍ୟକାଳ ଗତ ନଭେମ୍ବର ମାସରେ ସମାପ୍ତ ହୋଇଥିଲା। ଏଣୁ ସର୍ବ ସମ୍ମତି କ୍ରମେ ଚୟନ ପ୍ରକ୍ରିୟା ମାଧ୍ୟମ ରେ ନୂତନ କମିଟି ଗଠନ କରାଯାଇଛି। ଯୁବ ଚେହେରା କୁ ପ୍ରାଧାନ୍ୟ ଦିଆ ଯାଇଛି। ମହେଶ୍ୱର ବେହେରା ଙ୍କ ସଭାପତିତ୍ବ ରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସର୍ବ ସ୍ବମତି କ୍ରମେ ଉପଦେଷ୍ଟା ଓ ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ମଲିକ, ଜିତେନ୍ଦ୍ର ମହାନ୍ତି ,ନଳିନୀ ରଞ୍ଜନ ମିଶ୍ର ଙ୍କୁ ସଭାପତି , ଉପସଭାପତି ସନ୍ତୋଷ ଶତପଥୀ, ସମ୍ପାଦକ ମହେଶ୍ୱର ବେହେରା,ସହ ସମ୍ପାଦକ କୁନା ସାହୁ,ହିମାଂଶୁ ଜେନା,କୋଷାଧକ୍ଷ ଭାବେ ଯୁଗଳ କିଶୋର ସାହୁ ଙ୍କୁ ଚୟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଉମରକୋଟ ପ୍ରେସ କ୍ଲବର କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ଅନୁରାଗ ପଟନାୟକ, ସନ୍ତୋଷ ପାତ୍ର,କାଁହୁ ନଦିଆ, ସଞ୍ଜିତ ବିଶ୍ବାସ, ନିରଞ୍ଜନ ବେହେରା,ସତ୍ୟନାରାୟଣ ରାଉତ, ସାଇ କ୍ରିଷ୍ଣା ପଟନାୟକ, କ୍ରିଷ୍ଣା ସାହୁ, ଜୁମେରା ସାନ୍ତା, ନିରଞ୍ଜନ ଗଣ୍ଡ, ଗିରିଧର ମାଝୀ,ରବିନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ସହ ପ୍ରେସ କ୍ଲବ ର ଗୃହ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା। ସମସ୍ତ ସଦସ୍ୟ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ନିୟୋଜିତ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ସଭାପତି ଓ ସମ୍ପାଦକ କହିଛନ୍ତି। ନବରଙ୍ଗପୁର ରୁ ଜିତେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button