୭୨ ଘଣ୍ଟା ପରେ ପୋଖରୀରୁ ମିଳିଲା ଶବ।


ଉମରକୋଟ-୧୩-୧୨-୨୩- ୫୨ ନମ୍ବର ନିକଟରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ଜଣେ ଯୁବକ ଶନିବାର ଠାରୁ ନିଖୋଜ ଥିଲେ। ଦୀର୍ଘ ୭୨ ଘଣ୍ଟା ପରେ ପୋଖରୀରୁ ମିଳିଲା ଯୁବକ ଙ୍କ ଶବ। ଯୁବକ ଜଣକ ହେଲେ ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀ ଗୁଡା ଗ୍ରାମର ଜଗଦୀଶ ଗଣ୍ଡ(୨୩)।ସୂଚନା ଅନୁଯାୟୀ ଭାସ୍କେଲ ଡ୍ୟାମ କେନାଲ ଉପର ରାସ୍ତା ପିଚୁ କାମରେ ମାଝୀଗୁଡା ଗ୍ରାମର କିଛି ଶ୍ରମିକ କାମରେ ନିୟୋଜିତ ହୋଇଥିଲେ । ଶନିବାର ଅପରାହ୍ନ ୩ ଟା ସମୟରେ ଜଗଦୀଶ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେହି ପୋଖରୀରେ ବୁଡି ଯାଉଥିବା ନେଇ କିଛି ପ୍ରତ୍ୟକ୍ଷ ଦର୍ଶୀ ଦେଖିଥିଲେ ଏବଂ ତାଙ୍କର ଅନ୍ୟ ସାଥୀ ଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଓ ଅନ୍ୟ ସାଥୀ ଶ୍ରମିକ ଘଟଣା ବିଷୟରେ ଅଗ୍ନିଶମ ବିଭାଗ କୁ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଆଧାର କରି ଶନିବାର, ରବିବାର ,ସୋମବାର ତିନି ଦିନ ହେଲା ଉକ୍ତ ପୋଖରୀ ରେ ବୁଡି ଯାଇଥିବା ଯୁବକ ଙ୍କୁ ଉଦ୍ଧାର ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ କୌଣସି ସଫଳତା ପାଇ ପାରି ନଥିଲେ ଅଗ୍ନିଶମ ବିଭାଗ।ଏପରି କି ବୋଟ ସହାୟତା ରେ ମଧ୍ୟ ଭିତରକୁ ଯାଇ ଖୋଜା ଖୋଜି କରିଥିଲେ। କିନ୍ତୁ ଆଜି ଅଗ୍ନି ଶମ ବିଭାଗକୁ ସଫଳତା ମିଳି ଥିଲା। ଜଗଦୀଶ ମାଛ ଜାଲରେ ଫଶି ରହିଥିଲା ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛନ୍ତିି। ଖବର ପାଇ ଉମରକୋଟ ଥାନା ପକ୍ଷରୁ ଏସ.ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା। ଏହି ରେସକ୍ୟୁ ଟିମରେ ମୁଖ୍ୟ ଆଗ୍ନିକ ଅଧିକାରୀ ବିନୋଦ କେରକେଟା, ଧର୍ମେନ୍ଦ୍ର ସା, ଯଦୁମଣି କୋକ, ଦଶରଥ ସାହୁ, କ୍ଷୀରୋଦ ନାଗ ଏବଂ ଗାଡି ଚାଳକ ରଘୁନନ୍ଦନ ଦାସ ଉପସ୍ଥିତ ରହି ଥିଲେ। ନବରଙ୍ଗପୁର ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




