ପାରମ୍ପରିକ ଭାବେ ବିଭିନ୍ନ ଅଂଚଳର ଡାଲି ଜାତୀୟ ଫସଲକୁ ସରକାରୀ ମାନ୍ୟତା ଉପରେ ଆଲୋଚନା.


ଭୁବନେଶ୍ୱର ଆଜି କୃଷି ଗବେଷଣା ସମ୍ମିଳନୀ କକ୍ଷରେ ଭିତ୍ତିଭୂମି ଓ ୱାସନ ସଂସ୍ଥା ତରଫରୁ ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ କିସମର ମୁଗ ଓ ବିରି ଭଳି ଡାଲି ଜାତୀୟ ଫସଳର ସଫଳ ଉତ୍ପାଦନ, ଜାତୀୟ ସ୍ତରରେ ବିହନର ମାନ୍ୟତା ପ୍ରଦାନ, ଜଳବାୟୁ ପରିବର୍ତନ ସମୟରେ କୃଷି ର ସୁରକ୍ଷା ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା ଓ ଏହି ଆଲୋଚନାରେ କୃଷି ବିଶ୍ୱାବିଦ୍ୟାଳୟରୁ ଗବେଷକ, ସାଇଣ୍ଟିଷ୍ଟ, ବିଭିନ୍ନ ବିହନ କମ୍ପାନୀ,20ଟି ଜିଲ୍ଲାରୁ ପାରମ୍ପରିକ ରୀତିରେ ମୁଗ ଓ ବିରି ଚାଷ କରୁଥିବା ଚାଷୀ ମାନେ ଯୋଗଦେଇଥିଲେ ଓ ସମସ୍ୟା ସହଯୋଗ ସରକାରୀ ପ୍ରୋତ୍ସାହନ ଉପରେ ମତାମତ ରଖିଥିଲେ.ଦେଶିମୁଗର ବିଭିନ୍ନ ପ୍ରକାର ଭେଦ, ମୁଗଡାଲିର ଗବେଷଣା ଓ ମୁଗକୁ ସରକାରୀ ବିହନ ବ୍ୟବସ୍ଥାକୁ ଆଣିବା, ଜଳବାୟୁ ପରିବର୍ତନ ବେଳେ ଭଲ ପରଫର୍ମାନ୍ସ ଦେଉଥିବା ମୁଗ ବିହନକୁ ସରକାରଙ୍କ ପାଖରେ ଉପସ୍ଥାପନ କରି ବିଭିନ୍ନ ଜିଲ୍ଲାରେ ଲୋକାଲ ବିହନର ମାନ୍ୟତା ଦେଇ ବିହନ ଚେନରେ ରଖିବା ବିଷୟରେ ଆଲୋଚନା କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ଭିତ୍ତିଭୂମିର ନିର୍ଦେଶକ ସରୋଜ. ବିଭିନ୍ନ ଡାଲି ଜାତୀୟ ବିହନ ଓ ତାର ସଫଳ ଚାଷ ସହିତ ଉତ୍ପାଦନ ବିଷୟରେ ଟ୍ରେନିଂ ଦେବା ପାଇଁ ରିସର୍ଚ୍ଚ ସ୍ପେଶାଲିଷ୍ଟ ମାନେ ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି ଓ ଚାଷୀମାନେ ଆମଦାନୀ ବିହନ ପ୍ରତି ମୋହ ନ ଦେଖାଇ ପାରମ୍ପରିକ ଲୋକାଲ ବିହନ ଯେଉଁଥିରେ ସବସିଡି ଅଛି ତାକୁ ଇଉଜ କରିବାକୁ ଆଗ୍ରହ ହେଉଛନ୍ତି ବୋଲି କହିଛନ୍ତି ଆନ୍ଧ୍ରରୁ ଆସିଥିବା ୱାସନର ପରିଚlଳନା ନିର୍ଦେଶକ ଆଦି ଲକ୍ଷ୍ମୀ. ରାଜ୍ୟ ସରକାର ଯେପରି ଓଡ଼ିଶାର ଚାରୋଟି କିସମର ମାଣ୍ଡିଆ ମିଲେଟ ମିଶନରେ ସ୍ଥାନ ଦେଇଛନ୍ତି ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ସେହିଭଳି ଦେଶୀ କିସମର ମୁଗକୁ ଜାତୀୟ ସ୍ତରରେ ରିଲିଜ କରି ଚାଷୀ ଚାଷ ଓ ବିହନକୁ ରେକଗ୍ନିଶନ ପାଇପାରିବେ ବୋଲି କହିଛନ୍ତି ଓଡିଶା ମିଲେଟ ମିଶନର ପ୍ରୋଗ୍ରାମ ମ୍ୟାନେଜର ସୁବ୍ରତ ଚୌଧୁରୀ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




