State

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସହାୟତା ରେ ସ୍ଵର୍ଗତ ଜମ୍ବେଶ୍ଵର ସାହୁ ଙ୍କର ଶେଷକୃତ୍ୟ ସମ୍ପନ୍ନ।

 

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଗତକାଲି ଜନ ମଙ୍ଗଳ (ରାସୋଳ) ସଂଗଠନ ର ଆଜୀବନ ସେବକ ଶ୍ରୀଯୁକ୍ତ ତୁଷାର ମିଶ୍ର ଙ୍କ ସୁଚନା ପ୍ରାପ୍ତି ଅନୁଯାୟୀ ଢେଙ୍କାନାଳ ଜିଲ୍ଲା, ମାହାଲୂଣ୍ଡା ଗ୍ରାମପଞ୍ଚାୟତ ର ନୂଆପଡ଼ା ଗ୍ରାମର ମାଛିଆପାତକ ରୋଗଗ୍ରସ୍ତ ଜମ୍ବେଶ୍ଵର ସାହୁ (୯୧)ଙ୍କର ମହାପ୍ରୟଣା ଘଟିଥିବା ବେଳେ ଅସୂୟା ଭାବ ର ଶୀକାର ହୋଇ ଗ୍ରାମବାସୀ ଓ ସଂପର୍କୀୟ ମାନେ ଶେଷକୃତ୍ୟ କରିବାକୁ ଆଗ୍ରହ ପ୍ରକାଶ କରିନଥିବା ଓ ମୃତକ ଙ୍କ ପୁତ୍ର ଗୋପାଳ ସାହୁ ଅନ୍ଧ ହୋଇ ଥିବା ବେଳେ ଶ୍ମଶାନ କୁ ନେବା ପାଇଁ ଚାରିକାନ୍ଧ ର ଅଭାବ ହୋଇଥିଲା।ଅତୟେଵ ସଂଗଠନ ର ସହାୟତା କ୍ରମେ ମୃତକ ଜମ୍ବେଶ୍ଵର ସାହୁ ଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁରୋଧ ରଖିଥିଲେ। ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ତ୍ୱରିତ ପଦକ୍ଷେପ ପୂର୍ବକ ସଂଗଠନ ର ସେବକ ପ୍ରଭାତ ବେହେରା ଙ୍କୁ ସାଥିରେ ନେଇ ଆଗେଇବା ପରିବାର (ଢେଙ୍କାନାଳ) ପ୍ରଦତ୍ତ ଜନ ମଙ୍ଗଳ ରାସୋଳ ସଂଗଠନ ଦାୟିତ୍ଵ ରେ ଥିବା ସଂଗ୍ରାମୀ ସାରଙ୍ଗଧର ଓଂ ଶାନ୍ତି ପରିବହନ ସେବା ଯାନ ରେ ଗ୍ରାମ ମଶାଣୀ କୁ ନେଇ ଥିଲେ। ସଂପର୍କୀୟ ମାନଙ୍କୁ ସଂଗଠନ ର ଆଜୀବନ ସେବକ ଅନୁରୋଧ ପୂର୍ବକ ସହଯୋଗ ଭିକ୍ଷା କରିଵା ପରେ ମୃତକ ଙ୍କର ହାତଗଣତି ନାତି ଓ ପୂତୁରା ମାନେ କାଠ ସଂଗ୍ରହ କରିଥିଲେ ଓ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାରେ ସହଯୋଗ କରିଥିଲେ ମଧ୍ୟ ମୃତକ ଙ୍କୁ ସ୍ପର୍ଶ କରିନଥିଲେ।ଘରୁ ମୃତକ ଙ୍କ ଶବ ଉଠାଇଵା ଠାରୁ ଆରମ୍ଭ କରି ଜୁଇ ରେ ଅଗ୍ନି ସଂଯୋଗ ପର୍ଯ୍ୟନ୍ତ ପ୍ରତିଷ୍ଠାତା ବିଭୁ ଶତପଥୀ, ସେବକ ପ୍ରଭାତ ବେହେରା ଦ୍ଵୟ ସଂଗଠନ ର ବୟୋଜ୍ୟେଷ୍ଠ ଆଜୀବନ ସେବକ ତୁଷାର ମିଶ୍ର ଙ୍କର ଉପସ୍ଥିତି ରେ ସେବା କାର୍ଯ୍ୟ ସମ୍ପାଦିତ କରିଥିଲେ।

         ଏତାଦୃଶ ସେବା କାର୍ଯ୍ୟ ରେ ସମ୍ପର୍କୀୟ ମାନେ କୃତଜ୍ଞତା ଜ୍ଞାପନ କରିବା ସହିତ ସଂଗଠନ କୁ ସ୍ଵଳ୍ପ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ଅଧୁନା ବୈଜ୍ଞାନିକ ଯୁଗ ରେ ସାମାଜିକ ଚଳଣି ରେ ଏତାଦୃଶ ବ୍ୟତିକ୍ରମ ଅତ୍ୟନ୍ତ ଦୁଃଖ ଦାୟକ।ମଣିଷ ଆଜି ଚନ୍ଦ୍ର ରେ ପହଞ୍ଚୁ ଥିବା ବେଳେ ଅତି ଅନ୍ତରଙ୍ଗ ମଣିଷ ର ଶେଷ ସମୟରେ ପହଞ୍ଚି ପାରୁନାହିଁ। ଏତାଦୃଶ ମାନସିକତା ସମାଜ ପାଇଁ ଆଗାମୀ ଦିନ ପାଇଁ ସମସ୍ୟା କାରକ ନିଶ୍ଚିତ ଭାବରେ।ସମସ୍ତେ ସୁସ୍ଥ ମାନସିକତା ର ବଶବର୍ତ୍ତୀ ହୋଇ ରୋଗ କୂ ଘୃଣା କରିପାର କିନ୍ତୁ ରୋଗୀ କୁ ଘୃଣା କରନ୍ତୁ ନାହିଁ ଗ୍ରାମବାସୀ ମାନଙ୍କୁ ପ୍ରତିଷ୍ଠାତା ବିଭୁ ଶତପଥୀ ଅନୁରୋଧ କରିଛନ୍ତି ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button