State

ଭାଗ୍ୟବତୀ ସେବା ପରିଷଦ ତରଫରୁ ଭିକ୍ଷୁ ଓ ଅସହାୟ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ !

ତିର୍ତ୍ତୋଲ –: ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଭାବେ ଜଗତସିଂହପୁର ଜିଲ୍ଲାର, ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଧୀନ ଭାଗ୍ୟବତୀ ସେବା ପରିଷଦ ଏକ ଅଗ୍ରଗଣ୍ୟ ସେବା ଅନୁଷ୍ଠାନ !ବର୍ଷା ଜନିତ ଶୀତର ଭୟାବହତାକୁ ଦୃଷ୍ଟିରେ ରଖି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ,ମଙ୍ଗଳବାର ଦିନ ପୂର୍ବାହ୍ନରେ ମନ୍ଦିର ସମ୍ମୁଖରେ ଓ ପାରିପାର୍ଶ୍ବିକ ସ୍ଥାନରେ ଭିକ୍ଷାବୃତ୍ତି କରି ଜୀବନଯାପନ କରୁଥିବା ଅସହାୟ ଭିନ୍ନକ୍ଷମ ଓ ଗରିବ ଲୋକ ମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ପରିଷଦର ଉପଦେଷ୍ଟା ତଥା ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ଭାଗ୍ୟବତୀ ସେବା ପରିଷଦ ର ସଭାପତି ଦେବେନ୍ଦ୍ର କୁମାର ନାୟକ , ସମାଜସେବୀ ନିହାର ରଞ୍ଜନ ନାୟକ, ସଂଜିତ ନାୟକ, ବିଷ୍ନୁଚରଣ ଦାସ, ପ୍ରଦ୍ୟୁମ୍ନ ନାୟକ, ବିକ୍ରମ ନାୟକ, ନୃସିଂହ ପରିଡା, କେଦାର ରାଉତ, ଓ ନିରଞ୍ଜନ ରାଉତଙ୍କ ସମେତ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ତରଫରୁ ବାରିଷ୍ଟ ନାଗରିକ ମାନଙ୍କୁ ତୀର୍ଥଦର୍ଶନ , ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ପ୍ରଦାନ ଓ ଅସହାୟ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉ ଥିବାରୁ, ସାଧାରଣରେ ଏହାର ଭୁୟସୀ ପ୍ରଶଂସା କରାଯାଇଛି।

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button