State

ପାରାଦ୍ୱୀପ ଠାରେ ଜାତୀୟ ଉପଭୋକ୍ତା ସଚେତନତା ଶିବିର !

ପାରାଦ୍ୱୀପ –:ସରକାରଙ୍କ ବିବିଧ ଯୋଜନା ମଧ୍ୟରେ ଯୋଗ୍ୟ ହିତାଧିକାରୀ ଉପଭୋକ୍ତା ମାନେ ସରକାରୀ ବ୍ୟବସ୍ଥା ପ୍ରାପ୍ତ ହେବାକୁ ନୀତିନିୟମ ମାନ ପ୍ରଣୟନ କରାଯାଇଛି ! ଉକ୍ତ ନିୟମ ଅନୁସାରେ ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜନିଜର ହକ ପାଉଛନ୍ତି କି ନାହିଁ ତାହାକୁ ତଦାରଖ କରାଯାଇ ସୁଚାରୁରୂପେ ଉପଭୋକ୍ତା ମାନଙ୍କୁ ଚି଼ହ୍ନଟ କରାଯିବା ଓ ଜଣେ ବି ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ନପଡିବା ପାଇଁ ସମସ୍ତଙ୍କୁ ସଚେତନ କରାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି ! ଉକ୍ତ ବିଷୟକୁ ନେଇ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ପୌରାଞ୍ଚଳ ଉପକଣ୍ଠରେ ଆୟୋଜିତ ହୋଇଛି ଜାତୀୟ ଉପଭୋକ୍ତା ଦିବସ ର ସଚେତନତା ଶିବିର ! ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ପାରାଦ୍ୱୀପ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଥିଲେ ଜଗତସିଂହପୁର ର ଲିଗାଲ ମେଟ୍ରୋଲୋଜି ଶ୍ରୀଯୁକ୍ତ ରଞ୍ଜନ କୁମାର ଜେନା ! ଜଗତସିଂହପୁର କଂଜୁମର ଫୋରମର ସଭାପତି ପ୍ରଭାତ କୁମାର ପାଢ଼ୀ ଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ ସଂଜୀବ କୁମାର ନାୟକ, ସ୍ୱପ୍ନିଳ ପ୍ରତାପ,ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଦେବେନ୍ଦ୍ର କୁମାର ମଲ୍ଲିକ,ଡକ୍ଟର ସୁନାକର ବେହେରା,ସୁରେଶ କୁମାର ଦାସ, ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ଛବିଲତା ରାଉତ, ଦେବାଶିଷ କଣ୍ଠ,ରଶ୍ମିତା ନାୟକ, ଗଗନ ବିହାରୀ ପୃଷ୍ଟି,ଗତିକୃଷ୍ଣ ଶତପଥି ଓ ସରୋଜକାନ୍ତ ସାହୁ ପ୍ରମୁଖ ସଂଗଠକ ଓ ସଂଗଠିକା ! ଜାତୀୟ ଉପଭୋକ୍ତା ଦିବସ ଉପଲକ୍ଷେ ଉପସ୍ଥିତ ଅତିଥିମାନେ ସ୍ଵଚିନ୍ତିତ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ ! ପାରାଦ୍ୱୀପ ଭଳି ପୌରପାଳିକା ଅଞ୍ଚଳରେ ଏହି ସଚେତନ ବାର୍ତ୍ତା ବହୁ ପ୍ରଭାବ ପକେଇବା ସହିତ ସର୍ବସାଧାରଣରେ ଜାଗରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button