ଶିକ୍ଷକ ଙ୍କ ଟେକା ମାଡରେ ରକ୍ତାକ୍ତ ହେଲେ ପାଚିକା


-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଜଉଁରାଭଉଁରା ପଞ୍ଚାୟତର ଉପାନ୍ତ ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକଙ୍କ ଟେକାମାଡ଼ରେ ପାଚିକା ଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛନ୍ତି।ସହକାରୀ ଶିକ୍ଷକ ଉମେଶ ଭୋଇ ମଦପିଇ ଆସି ମାତାଳ୍ ଅବସ୍ଥାରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ଓ ପାଚିକାଙ୍କୁ ମାଂସ ରାନ୍ଧିବା ପାଇଁ କହିଥିଲେ।ପାଚିକା ଜଣକ ମାଂସ ନରାନ୍ଧିବାରୁ ସହକାରୀ ଶିକ୍ଷକ ଉମେଶ ଭୋଇ ତାଙ୍କୁ ଭାତଛଣା ଚଟୁ ଧରି ଗୋଡାଇଥିଲେ।ଭୟରେ ପାଚିକା ଜଣକ ପଳାଉଥିବା ବେଳେ ଇଟାଖଣ୍ଡ ପାଚିକା ଙ୍କ ଉପରେ ମାଡ କରିଥିଲେ।ଯାହା ଫଳରେ ପାଚିକା ଙ୍କ ମୁଣ୍ଡ ଫାଟି ଯାଇ ରକ୍ତାକ୍ତ ଅବସ୍ଥାରେ ତଳେ ମୁହଁ ମାଡି ପଡିଥିଲେ।ତା ପରେ ଗାଁ ଲୋକଙ୍କ ସହୟତାରେ ଉଲୁଣ୍ଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଏ ନେଇ ପାଚିକା ଜଣକ ଉଲୁଣ୍ଡା ଥାନା ରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଉମେଶ ଭୋଇ ପ୍ରତିଦିନ ମଦପିଇ ନାନା ପ୍ରକାର ଅଭଦ୍ର ଭାଷା ଇଙ୍ଗିତ କରୁଥିବା ଅଭିଯୋଗ ହେଉଛି।ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ସ୍କୁଲରେ କାହିଁକି ମାଂସ
ରନ୍ଧାଇକରୁଥିଲେ?ଏ ନେଇ ଉଲୁଣ୍ଡା ବିଇଓ ଗୋଲଖ ବିହାରୀ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ ଉଠାଇ ନଥିଲେ।ଅତିଶୀଘ୍ର ଶିକ୍ଷକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାଚିକା ବାସନ୍ତୀ ସାମଦ ଦାବି କରିଛନ୍ତି। ଅତିଶୀଘ୍ର ଶିକ୍ଷକଙ୍କୁ ବହିଷ୍କାର କରିବା ପାଇଁ ଦାବି ହେଉଛି।ଏହି ଶିକ୍ଷକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଦେଖିବାକୁ ବାକି ରହିଲା?
ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




