ଛାତ୍ରଙ୍କ ଜ୍ଞାନ ଆହରଣ ପରିଦର୍ଶନ


ଉଲୁଣ୍ଡା ୧୨/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲ ର ୩୪ ଜଣ ଛାତ୍ର ଜ୍ଞାନ କୌଶଳ ଆହରଣ ନିମନ୍ତେ ବୀରମହାରାଜପୁର ସବଡିଭିଜନ ସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ବିରମହାରାଜପୁର SDJM କୋର୍ଟ,ବିରମହାରାଜପୁର ଷ୍ଟେଟ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର ଆଦି ପରିଦର୍ଶନ କରି କାର୍ଯ୍ୟଳୟ ର ନୀତି ନିୟମ ସମ୍ପର୍କରେ ଅବଗତି ହେବା ସହ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ଅଞ୍ଚଳର ଐତିହାସିକ ପୀଠ ଗଧନେଶ୍ୱର ଶିବ ମନ୍ଦିର, ହନୁମାନବାଟୀକା,ଶନିମନ୍ଦିର,ଦୁର୍ଗା ମନ୍ଦିର ଓ ଚମ୍ପେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମ କୁ ଏଡ଼ଭୋକେଟ ତଥା ଯୁବ ସମାଜସେବୀ ଇଂ. ଆଶ୍ରୟ ମହାନନ୍ଦ ପ୍ରଶଂସା ଓ ସହଯୋଗ କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଜୀବନର ପ୍ରତି କ୍ଷେତ୍ର ରେ ସଫଳ ହେବା ପାଇଁ ଉତ୍ସାହିତ କରିଥିଲେ।ପରିଭ୍ରମଣ ଟି ବରିଷ୍ଠ ହିନ୍ଦୀ ଶିକ୍ଷକ ଅନିରୁଦ୍ଧ ପାଢ଼ୀ,ମୋ ସ୍କୁଲ ଅଭିଯାନ ସଭାପତି ନଳିନୀ କାନ୍ତ ବାଘ, ଶିକ୍ଷକ ଜ୍ଞାନପ୍ରକାଶ ଟପ୍ନ ଓ ସାନ ଡାଙ୍ଗ ପରିଚାଳନା କରିଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍





