ଆମ ଓଡିଶା ଯୁବ ଓଡିଶା ନବୀନ ଓଡିଶା ସମନ୍ୱିତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ତହସିଲଦାର ଗଁନ୍ଦିଆ।


ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆମ ଓଡିଶା ଯୁବ ଓଡିଶା ନବୀନ ଓଡିଶା ଅଧୀନରେ ସଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନି ସଭା ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗ ର ବରିଷ୍ଠ ଅଧ୍ୟାପକ ନଗେନ୍ଦ୍ର କୁମାର ବଳଙ୍କ ଅଧକ୍ଷତାରେଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ସୁରଥ ଚନ୍ଦ୍ର ରାଉତ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମୁଖ୍ୟ ବକ୍ତା ଭାବରେ ଇଂରାଜୀ ବିଭାଗ ର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ନାୟକ ସମ୍ନାନୀତ ଅତିଥି ଭାବରେ ଅଧ୍ୟାପିକା ରଶ୍ମିବାଳା ମହାନ୍ତି ଓ ପିଙ୍ଗୁଆ ଗ୍ରାମ ପଂଚାୟତ ସମିତି ସଭ୍ୟ ଯୋଗଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ସରୋଜ ରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ ବସନ୍ତ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଅନନ୍ୟା ପଟନାୟକ ଙ୍କ ନିର୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା କାର୍ଯ୍ୟକ୍ରମ ପରିଚାଳନା ରେ ଅଧ୍ୟାପିକା ଆରତୀ କୁମାରୀ ମୁଦୁଲି ମଧୁସ୍ମିତା ମହାନ୍ତି କରଥିଲେ l ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍।





