ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ତମାଖୁ ନିରୋଧ ସଚେତନତା ।


ବୌଦ୍ଧ-୧୨/୧୨-(ହୃଦାନନ୍ଦ ମେହେର)- ଓଡ଼ିଶା ସରକାରଙ୍କ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ – ଓ ଯୋଜନା ଅନୁଯାଇ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଆଜି ଏକ ତମାଖୁ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଷ୍ଟାଡ଼ିୟମ୍ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ର କ୍ରୀଡା ପ୍ରତିଯୋଗୀତା ଅବସରରେ ଏହି ସଚେତନତା କରାଯିବା ସହ ନିଶା ନିବାରଣ ପାଇଁ ମଧ୍ୟ ଜାଗରଣ ସ୍ରୁଷ୍ଟି କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତମାଖୁ ନିୟନ୍ତ୍ରଣ ସମିତି ର ମୁଖ୍ୟ ତାଲିମ ଦାତା ଆଲୋକ କୁମାର ମିଶ୍ର ସାଧାନ କର୍ମୀ ଭାବରେ ଯୋଗ ଦେଇ ତମାଖୁ ସେବନର ଭୟlଭୟତା ଉପରେ ବୁଝାଇବା ସହ ତମାଖୁ ନିରୋଧ ଆଇନ ବିଷୟରେ ଅବଗତ କରାଇଥିଲେ l ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ଯାପକ ଡ. ପ୍ରବୀର କୁମାର ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଗୁଟଖା ସେବନ କରି କିପରି ଯୁବକ ମାନେ ଅନେକ ପ୍ରକାରର କର୍କଟ ରୋଗ ରେ ଆକ୍ରାନ୍ତ ହେଉଥିବା ସୂଚନା ଦେଇଥିଲେ l ସଭାରେ ସଭାପତିତ୍ଵ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀମାନଙ୍କୁ ଜୀବନରେ କେବେହେଲେ ତମାଖୁ ଜାତୀୟ ଦ୍ରବ୍ୟ ନଖାଇବାକୁ ପରାମର୍ଶ ଦେଇଥିଲେ l ସମସ୍ତଙ୍କୁ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା l ଏଥିରେ ଅଧ୍ଯାପକ ସଦାନଂଦ ମାହାର, ଅଧ୍ୟାପିକା ଶ୍ଵେତl ସୁମନ ପଣ୍ଡା ଏବଂ ଯୁବ ରେଡ୍ ର ସମସ୍ତ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ବହୁ ସହଯୋଗ କରିଥିଲେ l ଶେଷରେ ଅଧ୍ଯାପକ ଡ. ଅମରେଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା




