Education

ମହର୍ଷି କଲେଜରେ ଯୁବ ଓଡିଶା ନବୀନ ଓଡିଶା “ନୂଆ ଓ ” ତରଫରୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟ୍ରେନିଂ ଅନୁଷ୍ଠିତ.

ଭୁବନେଶ୍ୱର ଆଜି ସହିଦନଗର ସ୍ଥିତ ମହର୍ଷି କଲେଜ ଅଫ ନାଚୁରାଲ ଲ ଠାରେ ନୂଆ ଓଡିଶା ନବୀନ ଓଡିଶା ତରଫରୁ ସମନ୍ୱିତ ଯୁବ ବିକାଶ ଯୋଜନା କାର୍ଯ୍ୟକ୍ରମ କରାଯାଇଥିଲା. ଯୁବକ ମାନଙ୍କୁ କିଭଳି ନୂଆ ନୂଆ ରେସକ୍ୟୁ ଅପେରସନ କୌଶଳ ଶିକ୍ଷା ଦିଆଯାଇ ସମାଜରେ ଲୋକଙ୍କ ଅସୁବିଧା ସମୟରେ ସାହସ କରି ସାହାଯ୍ୟ ଓ ଉଦ୍ଧାର କରାଯାଇପାରିବ ସେହି ବିଷୟରେ ଓଡ୍ରାଫ ଓ ଓସ୍ଡ଼ିମାର ଟ୍ରେନିଂ ଦିଆଯାଇଥିଲା. ଓସ୍ଡ଼ିମାର ତରଫରୁ ଟ୍ରେନର ମାନେ ଆସି ଉଚ୍ଚ ମହଲରେ ଥିବା ବେଳେ କୌଣସି ଅଘଟଣ ଘଟିଲେ କିପରି ଲୋକଙ୍କୁ ଉଦ୍ଧାର କରାଯାଇପାରିବ ସେହି ରଣ କୌଶଳ ଶିଖାଇଥିଲେ. ଆମେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଆଧୁନିକ ପ୍ରଣାଳୀରେ ବିପଦରେ ପଡ଼ିଥିବା ଲୋକଙ୍କୁ ତିନି ମହଲା ଉପରୁ ସୁରୁଖୁରୁରେ ତଳକୁ ଆଣି ହସ୍ପିଟାଲ ନେଇପାରୁଛୁ, ଆବଶ୍ୟକ ଦଉଡି ଓ ଯନ୍ତ୍ରପାତି ତଥା ସର୍ବନିମ୍ବ 10ଜଣ ଲୋକ ଗ୍ରୁପ ରେ ଆସି ଉପରୁ କିପରି ତଳକୁ ଅଣାଯାଇପାରିବ ତାହା କରିକି ଦେଖାଇଲୁ ବୋଲି କହିଛନ୍ତି ଟ୍ରେନର ସାଗର କୁମାର ରାୟ. ସେହି ଭଳି ପାଣିରେ ବୁଡିଯାଉଥିବା ଲୋକଙ୍କୁ ପାଣିରୁ ଆଣି କିପରି ଆବଶ୍ୟକ ସେବା କରି ପାଣି ବାହାର କରାଯାଇ ମୃତ୍ୟୁ ମୁଖରୁ ରକ୍ଷା କରାଯିବ ସେହି ବିଷୟରେ ମଧ୍ୟ ଟ୍ରେନିଂ ଦିଆଯାଇଥିଲା. ଡିଜାଷ୍ଟର ମ୍ୟାନେଜ ମେଣ୍ଟ ଟ୍ରେନିଂ ରାପିଡ଼ ଆକ୍ସନ ଫୋର୍ସ ଓ ଓଡ୍ରାଫ ଟିମ ତରଫରୁ ରେସକ୍ୟୁ ଅପେରସନ କୌଶଳ ଆମ ପିଲାମାନଙ୍କୁ ଦିଆଯାଇଥିଲା ଯାହାଦ୍ୱାରା ପିଲାମାନେ ଶିଖି ସମାଜରେ ସେବା ଯୋଗାଇପାରିବେ ଓ ଆଗକୁ ମଧ୍ୟ ଆହୁରି ବିଭିନ ପ୍ରକାର ଫାଷ୍ଟ ଏଡ଼ ଟ୍ରେନିଂ ପିଲାମାନଙୁ ଦିଆଯିବ ବୋଲି କହିଛନ୍ତି ନୂଆ ଓଡିଶା ଯୁବ ଓଡ଼ିଶାର ପ୍ରୋଗ୍ରାମ କୋଡିନେଟର ତଥା ଇକୋନୋମିକ୍ସ ପ୍ରଫେସର ନମିତା ପଟ୍ଟନାୟକ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button