ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ଓମ୍ ର ଜନ୍ମଦିନ ଉତ୍ସବ


ଜଗତସିଂହପୁର –: ସମାଜରେ ଏପରି ଭଗବତ ପ୍ରେମୀ ଅଛନ୍ତି ଯିଏ କି ନିଜର ନାତି ର ଜନ୍ମଦିନ କୁ ଆଧ୍ୟାତ୍ମିକ ଗୁରୁମାନଙ୍କ ଉପସ୍ଥିତିରେ ପାଳନ କରିଛନ୍ତି !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଗାରେଇ ଶ୍ରୀ ଜଗନ୍ନାଥଙ୍କ ପୀଠ ନିକଟସ୍ଥ ମୂତୁଣିଆ ଗ୍ରାମରେ ବିଶିଷ୍ଟ ଭଗବତପ୍ରେମୀ ପ୍ରହ୍ଲାଦ ସାହୁ ନିଜ ନାତି ଓମ୍ ର ପ୍ରଥମ ବାର୍ଷିକ ଜନ୍ମୋତ୍ସବ ରେ ବିଭିନ୍ନ ସାଧୁ ସନ୍ଥ ଙ୍କ ଗହଣରେ ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଉପଲକ୍ଷେ ଗତ ଶନିବାର ଠାରୁ ସାଧୁ ସନ୍ଥ ମହାତ୍ମା ମାନଙ୍କ ଦ୍ଵାରା ସତସଙ୍ଗ, ମହିମାଧର୍ମର ସାଧୁଙ୍କ ତତ୍ବାବଧାନରେ ଧୁନି ଯଜ୍ଞ , ମହମନ୍ତ୍ର ନାମଯଜ୍ଞ ଓ ମହୋତ୍ସବ ଆଦି ଆଧ୍ୟାତ୍ମିକ ସାରସ୍ଵତ କାର୍ଯ୍ୟକ୍ରମ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ପୁରୀ ବାବା ବାନମ୍ବର୍ ଦାସ ମହାରାଜ , ଗୋପ ବେଗୁନିଆ ବଳରାମ ଦାସ ଙ୍କ ପୀଠରୁ ସନାତନ ବାବା , ବାବାଜୀ ସୁବାସ ଦାସଜୀ , ଶ୍ରୀକ୍ଷେତ୍ର ପୁରୀ ର ଜଗନ୍ନାଥ ଦାସଜୀ , ହନୁମାନ ବାବା ଓ ମହିମା ଅଲେଖବାବା ପ୍ରମୁଖ ଯୋଗଦେଇ, ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଧ୍ରୁବ ଚରଣ ସାହୁ , ରାଜେଶ୍ କୁମାର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ସୁଭଦ୍ରା ସାହୁ ଓ ସସ୍ମିତା ସାହୁ ଙ୍କ ସମେତ ମୂତୁଣିଆ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।ଏପରି ଅଭିନବ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ଭୁୟସୀ ପ୍ରଶଂସା କରିଥିଲେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



