State

ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

 

ଆଙ୍କର -ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ସୁବଳୟା ଜୁନିଅର କଲେଜରେ ରେଆର ସୋନପୁର ତରଫରୁ ଯୁବା ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ଏକ ଖାଉଟି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଅଧ୍ୟାପକ ଦେବାଶିଷ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଖାଉଟି ସୁରକ୍ଷା ଆଇନ 2019 ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ l ଖାଉଟି ଠକାଇ ର ଶିକାର ହେଲେ ଖାଉଟି ଅଦାଲତର ଆଶ୍ରୟ କିଭଳି ନେଇ ପାରିବେ ବୋଲି କହିବା ସହ ଜିନିଷ କିଣିଲା ସମୟରେ ବିଲ ମାଗିବାକୁ ପରାମର୍ଶ ଦେଇଥିଲେ l ଶେଷରେ ଖାଉଟି ପରାମର୍ଶ କେନ୍ଦ୍ର ପରାମର୍ଶଦାତା ସୁଦାମ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିବା ସୂଚନା ମିଳିଛି l ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button