ସାରଦା ଏକାଡେମୀର ୧୯୮୯ ବ୍ୟାଚର ବନ୍ଧୁମିଳନ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା


ତିର୍ତ୍ତୋଲ –: ମନେ ପଡେ ଅଧ୍ୟୟନ ସମୟର ସ୍ମୃତି, ମାଡ ଭୟରେ ଲୁଚାଉଥିଲୁ ଶିକ୍ଷକଙ୍କ ବେତ ବାଡ଼ି ! ମନେପଡେ ସାଙ୍ଗସାଥି ମେଳରେ କଳି ଝଗଡା, ପୁଣି ନିମିଷକେ ମିଳାମିଶା ! ମନେପଡେ କେତେ ରାଗରୁଷା ମାନ ଅଭିମାନ ଆଉ ମହୁରୀଆ ମିଛ ଗପ ! କାଲି ପରି ଲାଗେ କିନ୍ତୁ ଦୀର୍ଘ ୩୩ ବର୍ଷ ବିତି ଗଲାଣି ! ସମସ୍ତ ସ୍କୁଲ ସାଥି ବୈବାହିକ ଜୀବନ ଭିତରେ ଛନ୍ଦିହୋଇ ସନ୍ତାନ ସନ୍ତତି ସହ ସମୟ ବିତାଉଛନ୍ତି ! ହଜିଲା ସ୍ମୃତି ସାଉଣ୍ଟୁ ସାଉଣ୍ଟୁ ଭାବବିହ୍ୱଳ ହୋଇପଡ଼ିଥିଲେ ୧୯୮୯ ବ୍ୟାଚ ର ସାଥିମାନେ ! ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅଧିନସ୍ଥ କନକପୁର ସ୍ଥିତ ସାରଦା ଏକାଡେମୀର ୧୯୮୯ ମସିହା ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ଅପୂର୍ବ ବନ୍ଧୁମିଳନ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ, ରବିବାର ଦିନ, ଏକାଡେମୀ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଟକ ରାଧେରାଧେ ଆଶ୍ରମର ସାଧୁ ସନ୍ଥ ମହାତ୍ମା ମାନଙ୍କ ଦ୍ଵାରା ଏହି ସାରସ୍ଵତ ସମାରୋହ ଉଦଘାଟିତ ହେବାପରେ , ଯୁବସଙ୍ଗୀତ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ସଭା ଆରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବପ୍ରାର୍ଥନା କରଯାଇଥିଲା। ସମ୍ମାନୀତ ଅତିଥି ଭାବେ ପୂଜ୍ୟଗୁରୁ ସମରେନ୍ଦ୍ର ସିଂହ , ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ , କାହ୍ନୁ ଚରଣ ଦାସ ଓ ଶ୍ରୀବତ୍ସ ଆଚାର୍ଯ୍ୟ ଙ୍କ ସମେତ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ, ଦୀର୍ଘ ୩୪ ବର୍ଷ ପରେ , ୧୯୮୯ ବ୍ୟାଚର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ, ଆୟୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ, ନିମନ୍ତ୍ରିତ ପ୍ରାକ୍ତନ ଶିକ୍ଷକମାନଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅରବିନ୍ଦ ଲେଙ୍କା , ନୃସିଂହ ଚରଣ ରାଉଳ , ଯୁଗଳ କିଶୋର ଖୁଣ୍ଟିଆ , ରମେଶ ଚନ୍ଦ୍ର ମହାରଣା , କ୍ରିଷ୍ଣା ମହାନ୍ତି , ନରେନ୍ଦ୍ର ବେହେରା , ପ୍ରଭାକର ସାହୁ , ଡଃ ନମିତା ପଣ୍ଡା , ବିଜୟ କୁମାର ରାଉଳ , ଅରକ୍ଷିତ ରାଉଳ , ନିର୍ମଲେନ୍ଦୁ ସୋମ, ଓ ସଞ୍ଜୀବ କୁମାର ବେହେରା ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ,lପରିଶେଷରେ ନୃସିଂହ ଚରଣ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !ଖୁସିର ମାହୋଲରେ ସମସ୍ତେ ଆନନ୍ଦରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




