ନୀଳଚକ୍ର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ।


ବୌଦ୍ଧ-୧୦.୧୨-(ହୃଦାନନ୍ଦ ମେହେର)-ଆଜି ପାରିଜାତ ପେଲେସ ସମ୍ମିଳନୀ କକ୍ଷରେ ନୀଳଚକ୍ର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭିକ ସାରସ୍ବତ ସମାବେଶରେ ଡ.ଶ୍ୟାମା ପ୍ରସାଦ ମିଶ୍ର,ମୁଖ୍ୟ ଅତିଥି, ଡ.ସୁଶାନ୍ତ ଦାସ, ମୁଖ୍ୟ ବକ୍ତା, ଡ.ଅଶୋକ କୁମାର ପଣ୍ଡା, ସମ୍ମାନିତ ଅତିଥି, ଡ.ଅମରେଶ ସାହୁ,ସମୀକ୍ଷକ ଓ ସମ୍ମାନିତ ବକ୍ତା, ଡ.ଲକ୍ଷୀ ନାରାୟଣ ଦାଶ,ସମ୍ମାନିତ ଅତିଥି ଓ ଚିତ୍ତରଞ୍ଜନ ଦାଶ,ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ରଶ୍ମିତା କୁମାରୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।ଏହି ଉତ୍ସବରେ ଡ.ଇଂ.ସଞ୍ଜୟ କୁମାର ପଣ୍ଡାଙ୍କ ଦ୍ବାରା ରଚିତ ବୌଦ୍ଧ ଭୂଖଣ୍ଡର ଇତିହାସ, ଗୋପାଳ ଅମାତଙ୍କ ରଚିତ ଶିଶୁ ପ୍ରହେଳିକା ପୁସ୍ତକ ଶବଦ ଖେଳରେ ଅମୂଲ କଥା ଓ ବୌଦ୍ଧଚକ୍ର,ତ୍ରୈମାସିକ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଥିଲା।ବୌଦ୍ଧ ଭୂଖଣ୍ଡର ଇତିହାସ ପୁସ୍ତକର ସମୀକ୍ଷା ଅତି ସୁନ୍ଦର ଭାବରେ ଡ.ଅମରେଶ ସାହୁ, ଅଧ୍ୟାପକ କରିଥିଲେ।ଏହି ଉତ୍ସବରେ ଡ.ସଞ୍ଜୟ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଦିଲ୍ଲୀପ କୁମାର ମହାନ୍ତି, ସାଧାରଣ ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ।ସାରସ୍ବତ ପ୍ରତିଭାମାନଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ କବିତା ପାଠୋତ୍ସବରେ ଚିନ୍ମୟୀ ମହାପାତ୍ର, ମୁଖ୍ୟ ଅତିଥି, ନୀଳ ଲୋହିତ ମହାପାତ୍ର,ସୁରଞ୍ଜନ ପାତ୍ର,ରାଜ କିଶୋର ଦାସ,ରମେଶ ଚନ୍ଦ୍ର ମିଶ୍ର, ପଦ୍ମାଳୟା ମିଶ୍ର ,ବନମାଳି ରଣା,ସମ୍ମାନିତ ଅତିଥି,ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ, ସଭାନେତ୍ରୀ ଭାବେ ଯୋଗ ଦେଇଥିଲେ।ଦିଲ୍ଲୀପ କୁମାର ମହାନ୍ତି ଓ କୁଳମଣି ମେହେର ସଂଯୋଜନା କରିଥିଲେ।ଏହି ଅଧିବେଶନରେ ଅନ୍ୟୁନ୍ୟ ୫୦ଜଣ କବି ନିଜସ୍ୱ କବିତା ପାଠ କରିଥିଲେ।ଗୋପାଳ ଅମାତ,ନିଵାଶ ନାୟକ,ଦେବେନ୍ଦ୍ର ମିଶ୍ର, ଚିତ୍ତରଞ୍ଜନ ବେହେରା, ଅରୁଣ ମେହେର ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




