Education

75 ବର୍ଷରେ ଭୁବନ ଉଚ୍ଚ ବିଦ୍ୟାଳୟ, ପୁରାତନ ଛାତ୍ର ସଂସଦ ତରଫରୁ ମହାସମାରୋହରେ ପାଳିତ ହେଲା ପ୍ଲାଟିନମ୍ ଜୁବୁଲି ମହୋତ୍ସବ

-ଭୁବନ ଉଚ୍ଚ ବିଦ୍ୟାଳୟ ପଦାର୍ପଣ କରିଛି ୭୫ ବର୍ଷରେ , ଏହି 75ବର୍ଷ ପୂର୍ତ୍ତି ଅବସରରେ ସ୍କୁଲର ପୁରାତନ ଛାତ୍ର ସଂଘ ତରଫରୁ ପ୍ଲାଟିନିୟମ ଜୁବୁଲି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଦୁଇଦିନ ଧରି ପାଳନ କରାଯାଇଥିବା ବେଳେ ପ୍ରଥମ ଦିବସରେ ପୂରାତନ ଛାତ୍ରମାନେ ସକାଳ 7ଟା ସମୟରେ ଆରାଧ୍ୟ ଦେବ ଵାବା ବୁଦ୍ଧେଶ୍ଵର୍ ପୀଠ ରେ ମଶାଲ ପୁଜା କରାଯାଇ ଭୁବନ ଗ୍ରାମ ପରିକ୍ରମା କରି କାଳିବଜାର୍ ସ୍ଥିତ ସର୍ବ କନିଷ୍ଠ ସହିଦ୍ ବୀର ବାଜୀରାଉତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଶୋଭାଯାତ୍ରା ରେ ନିଆଯାଇ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା । ପରେ ବିଜ୍ଞାନ ମେଳା ଓ ରକ୍ତଦାନ ଶିବିର ଆୟୋଜନ କରାଯାଇ ସମୁଦାୟ ୮୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସ୍ୱାଧୀନତା ର ପରବର୍ଷ୍ ଅର୍ଥାତ୍ ୧୯୪୮ ମସିହାରେ ସ୍ଥାପିତ ଭୁବନ ହାଇସ୍କୁଲ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଯାହାକି ଏହି ସ୍କୁଲରେ ପାଠପଢି ଆଜି ରାଜ୍ୟ ତଥା ଦେଶର ଅନେକ ଗୁରୁତ୍ତ୍ୱପୂର୍ଣ ପଦ ପଦବୀରେ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ପୁରାତନ ଛାତ୍ର ମାନେ ନିଜର ସ୍କୁଲ ସମୟର ଅନୁଭୂତି ବଖାଣିବା ସହ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇଥିଲା।ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଯୋଗ ଦେଇ ଛାତ୍ର ଜୀବନ ଠାରୁ ସମୟାନୁବର୍ତ୍ତିତା ହୋଇ ସେବା ମନୋଭାବ ରଖି ସମାଜ ରେ ସୁନାମ ଅର୍ଜନ କରିବା ପାଇଁ ବକ୍ତବ୍ୟ ରଖିଥିଲେ ।

ଦିତୀୟ ଦିବସରେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ   ଅତୁନ  ସବ୍ୟସାଚୀ ନାୟକ, ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଢେଙ୍କାନାଳ ଜିଲ୍ଲାର ସାଂସଦ ମହେଶ ସାହୁ ଏବଂ ଦୈନିକ ସମ୍ବାଦପତ୍ର ପ୍ରଗତିବାଦୀ ସମ୍ପାଦକ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇ କହିଥିଲେ ବିଦ୍ୟାଳୟ ହେଉଛି ବିଦ୍ୟାର ମନ୍ଦିର ଏହି ମନ୍ଦିରର ସୁରକ୍ଷା ଦାୟିତ୍ବ। ୭୫ ବର୍ଷ ପାଳନ ଅବସରରେ ପୂଜ୍ୟପୂଜା ଶିକ୍ଷକ ମାନଙ୍କୁ ସମ୍ବୋଧିତ କରାଯାଇଥିଲା। ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ଟପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ପୁରାତନ ଛାତ୍ର ସୁଦୀପ ସୁଦର୍ଶନ ରଣା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯବାନ ଅରବିନ୍ଦ ସାହୁ, ଜାତୀୟ ସ୍ତରରେ ପ୍ରଶଂସିତ ପଥର ଖୋଦେଇ ଶିଳ୍ପୀ ଚୁଗୁଲୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୁରାତନ ଛାତ୍ର ଜୈତିଷଙ୍କ ସହୀଦ ବୀର ବାଜିରାଉତଙ୍କ ଉପରେ ଆଧାରିତ ସ୍ୟାଣ୍ଡ ଆନିମେସନ ପ୍ରଦର୍ଶିତ, ମୀରାବାଇ କଳାବିକାଶ କେନ୍ଦ୍ର ତରଫରୁ ଗୀତିନାଟ୍ୟ ଅଜାମ୍ବିଳ ପଣ୍ଡା ପରିବେଶ କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ପ୍ଲାଟିନମ ଯୁବୁଲୀ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହି ଅବସରରେ ପୁରାତନ ଛାତ୍ର ସଂସଦ ର ସଭାପତି ଧନେଶ୍ଵର ସାହୁ , ସମ୍ପାଦକ ନିଶାକର ସାହୁ, କୋଷାଧ୍ୟକ୍ଷ ଗଦାଧର ଦାସ ଓ କୈଳାସ ଚନ୍ଦ୍ର ଗୁରୁ ଙ୍କ ପ୍ରତ୍ୟକ୍ଷ ଯୋଗାଯୋଗ କ୍ରମେ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଯୋଗଦେଇଥିଲେ ।

ଭୁବନ ରୁ ସ୍ଵତନ୍ତ୍ର ପ୍ରତିନିଧି  ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button