State

କଣ୍ଟାମାଳ ଠାରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ! ମୋଟ ୧୫ଟି କେସର ଫଇସଲା

 

କଣ୍ଟାମାଳ, ୧୧//୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସ୍ଥିତ ଦେୱାନି ଓ ଫୌଜଦାରୀ ନ୍ୟାୟାଳୟ ପରିସରରେ ତାଳୁକ୍ ଆଇନ ସେବା ସମିତି ପକ୍ଷରୁ ଚଳିତ ବର୍ଷର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତିର ଚେୟାରମେନ ତଥା କଣ୍ଟାମାଳ କୋର୍ଟର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀ ଶିବ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସିଭିଲ ଜର୍ଜ ତଥା ସହକାରୀ ଦୌରାଜର୍ଜ ଶ୍ରୀ ତପନ କୁମାର ବେହେରା ଓ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସତ୍ୟନାରାୟଣ ଦାସ ମାମଲା ଗୁଡ଼ିକର ବିଚାର କରିଥିଲେ ।ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଦାସ ୧୩ଟି ଫୌଜଦାରୀ ମାମଲାର ଶୁଣାଣି କରି ସମାଧାନ କରିବା ସହିତ ଗୋଟିଏ ଦେୱାନୀ ମକଦ୍ଦମା ଓ ଗୋଟିଏ ଭରଣପୋଷଣ ମାମଲା ସମାଧାନ ମଧ୍ୟ କରିଥିଲେ ।ଏଡିଜେ କୋର୍ଟର ସରକାରୀ ଅଧିବକ୍ତା ଦୂତୀଆ ଚରଣ ସାହୁଙ୍କ ସମେତ ସିଭିଲ ଜର୍ଜ (ସିନିୟର୍ ଡିଭିଜନ)କୋର୍ଟର ସରକାରୀ ଅଧିବକ୍ତା ସୁରେଶ ଚନ୍ଦ୍ର ରଣା, ଜେଏମଏଫସି କୋର୍ଟର କ୍ୟାଡ଼ର ଏପିପି ସାଇରଞ୍ଜନ ମହାନନ୍ଦିଆ,ରାଧାବଲ୍ଲଭ ପ୍ରଧାନ,ଯୁବ ଆଇନଜୀବୀ ତୁଳସୀ ଦାସ ଶର୍ମା ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡ଼ିକର ସମାଧାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ଆଇନ ସେବା ସମିତିର କର୍ମଚାରୀ ଜ୍ୟୋତିରଂଜନ ତ୍ରିପାଠୀଙ୍କ ସମେତ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button