ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ସହିତ ମୋଟ ୪ଜଣ ମହିଳା ଓ ପୁରୁଷ ଗୁରୁତର, : ସମସ୍ତେ ଡାକ୍ତରଖାନାରେ ଭର୍ତ୍ତୀ


କଣ୍ଟମାନ, ୧୧/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହାଲି ଗ୍ରାମର ୪ ଜଣ ମହିଳା ଓ ପୁରୁଷ ବିଲରେ ଧାନ କାଟୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି l ବିଲପାଖରେ ଥିବା ମହୁଲ ଗଛରେ ମହୁମାଛିବସା ବାନ୍ଧି ରହୁଥିଲେ। ଏମାନେ ସବୁ ଧାନ କଟାରେ ବ୍ୟସ୍ତ ଥିବାବେଳେ ଘଟଣା ଜାଣିବା ପୂର୍ବରୁ ହଠାତ ମହୁମାଛିମାନ ଅଧିକ ସଂଖ୍ୟାରେ ଆକ୍ରମଣ କରିଥିଲେ l ଯାହା ଫଳରେ ଜୀବନ ବିକଳରେ ଧାନ ବିଲରୁ ଘରକୁ ଫେରି ଆସିଥିଲେ l ସେତେବେଳକୁ ସେମାନେ ଅନେକ ମହୁମାଛର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡିଥିଲେ। ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ୪ ଜଣ ଗୁରୁତରଙ୍କୁ କଣ୍ଟାମାଳ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା l ଏମାନେ ହେଲେ ଶ୍ରୀମନ୍ତ୍ର କାଳସେ , ତାଙ୍କ ସ୍ତ୍ରୀ ସାବିତ୍ରୀ କାଲସେ , ମିଥିଳା କାଲସେ ଓ ଲକ୍ଷ୍ମୀପ୍ରସାଦ କାଲସେ। ଶ୍ରୀମନ୍ତ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମେଡ଼ିକାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l ଆଉ ୨ ଜଣ ଗୁରୁତର କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l
କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




