Education

ଗେଙ୍ଗୁଟିଆ ସରସ୍ବତୀ ଶିଶୁ ମନ୍ଦିରରେ କାଯ୍ୟ କାରିଣୀ ବ୍ୟଠକ

 


 -ଗେଙ୍ଗୁଟିଆ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ହିନ୍ଦୁ ଏକତା ମଞ୍ଚ ଓଡ଼ିଶା ଢେଙ୍କାନାଳ ଜିଲ୍ଲା ଶାଖା ର ସଂଯୋଜକ ଶ୍ରୀ ଜ୍ୟୋତିରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଂଯୋଜକ ଶ୍ରୀ ପ୍ରଦୀପ୍ତ କୁମାର ଜେନା ଙ୍କ ସଭାପତିତ୍ୱରେ ହୋଇଯାଇଛି ଉକ୍ତ ସଭାରେ ସଂଗଠନ ର ସହ ସଂଯୋଜକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଉପସଭାପତି ଚନ୍ଦ୍ରକାନ୍ତ ନାୟକ ସନ୍ୟାସିନୀ ମାତା ଅରୁନ୍ଧତୀ, ଅବସରପ୍ରାପ୍ତ ଡି ଏଫ ଓ ଶ୍ରୀ ମିହିର ପଟ୍ଟନାକ ସ୍ୱାମୀ ସତ୍ୟ ଚୈତନ୍ୟ ମହାରାଜ, ଶ୍ରୀ ନରେନ୍ଦ୍ର ସାହୁ ବିଶିଷ୍ଟ ବ୍ୟବସାୟୀ ପ୍ରଭୃତି ଯୋଗ ଦେଇ

ଓଡ଼ିଶାର ସମସ୍ତ ହିନ୍ଦୁ ସଂଗଠନ ଏକ ହୋଇ ହିନ୍ଦୁ ମାନଙ୍କ ମୌଳିକ ସମସ୍ୟା ଗୁଡିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆହ୍ୱାନ ଦେଇଥିଲେ ସଂଯୋଜକ ତଥା ସଭାର ସଭାପତି ସଂଗଠନ ର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପତ କରିବା ସହିତ ସଂଗଠନ ଏଯାବତ ହାତକୁ ନେଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ଓ ବର୍ତମାନ ର ପରିସ୍ଥିତି କୁ ଆଖି ଆଗରେ ରଖି ସନାତନୀ ହିନ୍ଦୁ ମାନେ ଦଳ ମତ ନିର୍ବିଶେଷରେ ସଂଗଠିତ ହେବା ଜରୁରୀ ବୋଲି ମତ ଦେଇଥିଲେ. ଅଧ୍ୟପକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିଥିଲେ ଓ ଶ୍ରୀ ଗୋକୁଳାନନ୍ଦ ସାହୁ ଧାନ୍ୟବାଦ ପ୍ରଦାନ କରିଥିଲେ. ଏତଦ ବ୍ୟତୀତ ଶ୍ରୀ ଚନ୍ଦ୍ର କାନ୍ତ ନାୟକ ରାଜ୍ୟ ଉପସଭାପତି, ଅଳକା ପ୍ରିୟଦର୍ଶିନୀ ଶ୍ରୀ ଉମାକାନ୍ତ ସାହୁ ଶିବ ପ୍ରସାଦ ପ୍ରଧାନ ଶ୍ରୀ ପ୍ରଭାତ ମହାପାତ୍ର ଶ୍ରୀ ଯୁଧିଷ୍ଠିର ସାହୁ ପ୍ରଭୃତି ନିଜ ନିଜର ମତ ରଖିଥିଲେ ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button