ମସିଣାଗୋରା ଶିଶୁ ମନ୍ଦିରରେ ଜେଜେ ବାପା/ ଜେଜେ ମାଆ ସମ୍ମିଳନୀ କାର୍ଯକ୍ରମ


କଣ୍ଟାମାଳ : ୧୦/୧୨ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଜେଜେ ବାପା/ ଜେଜେ ମାଆ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସାହୁ

ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା , କୋଷାଧ୍ୟକ୍ଷ ମନ୍ଦରଧର ବେହେରା ପ୍ରମୁଖ ଉପସ୍ଥିତ ରହି ଜେଜେ ମାଆ ଓ ଜେଜେବାପା ଶିଶୁଙ୍କ (ନାତିନାତୁଣୀ ) ପ୍ରତି ନଜର ରହିବା ଉପରେ ମନ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ଚମ୍ପେଶ୍ବର ପାଣିଗ୍ରାହୀ ଉପସ୍ଥିତ ରହି ଜେଜେ ବାପା ଜେଜେ ମାଆମାନେ ଶିଶୁ ମାନଙ୍କ ପ୍ରତି ପରିବାର ରେ ଆଗ୍ରହ ସୃଷ୍ଟି କରିବାର ମୁଖ୍ୟ ସ୍ରୋତଧାର ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ମନ୍ଦରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକା ବିଭାଗର ଶିଶୁ ବାଟିକା ପ୍ରମୁଖ ଝରଣା ପ୍ରଧାନ ଓ ଆଚାର୍ଯ୍ୟା ମମିତା ରଣା ଶିଶୁ ଭାଇ ଭଉଣୀ ମିଶି ମାଆମାନଙ୍କୁ ନେଇ ନୃତ୍ୟ ଗୀତର ପ୍ରତିଯୋଗିତା ହୋଇଥିଲା ଏବଂ ଜେଜେବାପା ଜେଜେମାଆମାନଙ୍କୁ ନେଇ ଛୁଞ୍ଚିରେ ସୂତା ଲଗାଇବା ଓ ଗପ କାହାଣୀ ପ୍ରତିଯୋଗୀତା କରାଯାଇ କୃତୀ ଜେଜେମାଆ ଜେଜେବାପାଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟା ବେଦମତୀ କୁଦେଇ ,ମମିତା ରଣା, ଅଙ୍କିତାଶ୍ରୀ ମହାରଣା, ଆଚାର୍ଯ୍ୟ ରୋଶନ ସାହୁ, ସୁଶାନ୍ତ ମାଝୀ, ଶ୍ରୀକାନ୍ତ କୁଦେଇ ,ସେବିକା ସୁରୁସୂତା ଭୋଇ ,ବାହନ ଚାଳକ ରାଜକୁମାର ରଣା ତଥା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ସହଯୋଗ କରିଥିଲେ।

କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




