State

କ୍ଲଷ୍ଟର ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

 

ଉଲୁଣ୍ଡା ୧୦/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳି ଶ୍ରୀକ୍ଷେତ୍ର କୋଟସମଳାଏ ଠାରେ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହରିଣାପାଲିର ପ୍ରଧାନ ଶିକ୍ଷକ ରମେଶ ପଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ କ୍ଲଷ୍ଟର ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ କୁନୁବୁଇ ମିଶ୍ର ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ରମେଶ ପଧାନ ଓ ତାଙ୍କ ସହଧର୍ମିଣୀ ସଶ୍ମିତା ପଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ CRCC ବିଜୟ ହୋତା,

ପୂର୍ଣ୍ଣଚନ୍ଦ୍ର ପାଢ଼ୀ ,ବର୍ତ୍ତମାନ CRCC ଶୁଧାଂଶୁ ଶେଖର ଲୁହା ଉପସ୍ଥିତ ରହି ବିଦାୟୀ ଅଭିଭାଷଣ ପ୍ରଦାନ କରିବା ସଂଗେ ସଂଗେ ତାଙ୍କର ଅବସର ସମୟ ଯେଭଳି ସୁଖମୟ ହେଉ ତାହା ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଥିଲେ l ଏଇ ଅବସରରେ ବାଘପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପଧାନ,ଗୋଲାବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁବୁନ ବଗର୍ତ୍ତୀ, ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକୁନ୍ଦ ଧରୁଆ ଶ୍ରୀଯୁକ୍ତ ପଧାନ ସାରଙ୍କ ବିଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ l ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ବର୍ତ୍ତମାନ CRCC ଶୁଧାଂଶୁ ଶେଖର ଲୁହା ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ କୋଟସମଳାଏ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button