State

କଣ୍ଟାମାଲ ପଂଚାୟତ କାର୍ଯ୍ୟାଳୟ ଠାରେ ତାଲୁକ ଆଇନସେବା ପ୍ରାଧିକରଣ ଦ୍ୱାରା ମାନବ ଅଧିକାର ଦିବସ ପାଳିତ  

କଣ୍ଟାମାଳ, ତା.୧୦/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଂଚାୟତ କାର୍ଯ୍ୟାଳୟଠାରେ ତାଲୁକ ଆଇନସେବା ପ୍ରାଧିକରଣ ଦ୍ୱାରା ରବିବାର ଦିନ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସିନିଅର ସିଭିଲ ଜଜ ତପନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ସରକାରୀ ଓକିଲ ସୁରେଶ ରଣା, ଓକିଲ ସଂଘ ସମ୍ପାଦକ ମନୋଜ ଶର୍ମା ଅତିଥି ଭାବେ ଯୋଗଦେଇଥିଲେ l ମାନବ ଅଧିକାର କ୍ଷୁର୍ଣ୍ଣ କରାଯାଉଥିବା ଉଦ୍ୟମକୁ ପ୍ରତିରୋଧ କରିବା, ନିରାକରଣ ଏବଂ ପ୍ରତିକାର କରିବାନେଇ ରହିଥିବା ନିୟମ ଉପରେ ଅତିଥିମାନେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, କୋର୍ଟର ସମସ୍ତ କର୍ମକର୍ତା , ଓକିଲ ଓ ସ୍ବେଚ୍ଛାସେବୀମାନେ ଭାଗ ନେଇଥିଲେ । ତାଲୁକ ଆଇନସେବା ପ୍ରାଧିକରଣ କର୍ମଚାରୀ ଜ୍ୟୋତିରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button