Country

କୋଟିପତି ହେବାପରେ ବି ଚାକିରି ଯିବାର ଭୟ ପାଇଁ ମୋତେ ପ୍ରତିଦିନ ଖୁବ ପରିଶ୍ରମ କରିବାକୁ ପଡ଼ୁଛି’: ଜିରୋଧା ପ୍ରତିଷ୍ଠାତା

ଜିରୋଧାର ପ୍ରତିଷ୍ଠାତା ନିଖିଲ କାମଥ ଓ ନୀଥିମ କାମଥ ଦେଶର ସବୁଠାରୁ ଧନୀଲୋକଙ୍କ ମଧ୍ୟରୁ ଜଣେ ରହିଛନ୍ତି। ନିକଟରେ ଦୁଇଭାଇଙ୍କ ବାର୍ଷିକ ଦରମା କେତେ ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଦୁଇଭାଇ ବର୍ଷକକୁ ୭୨-୭୨କୋଟି ଟଙ୍କାର ଲେଖାଏଁ ଦରମା ପାଇଥାଆନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ନିଖିଲି କାମଥଙ୍କ କୋଟିପତି ହେବାର ଯାତ୍ରା ଏତେ ସହଜ ନଥିଲା। ସେ ପ୍ରଥ‌ମେ ୮ହଜାର ଟଙ୍କାରେ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ତାଙ୍କର କୋଟିପତି ହେବାର ଯାତ୍ରା ଆରମ୍ଭ ହୋଇଥିଲା। ଏଥିପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି, ଅନେକ ସଂଘର୍ଷର ସାମ୍ନା କରିବାକୁ ହୋଇଛି। ତଥାପି ହାର ନମାନି ଆଗେଇ ଯାଇଥିବାରୁ ଆଜି ସେ ଏଭଳି ଏକ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି।

ଆଜିକା ସମୟରେ ନିଖିଲ ମାସକୁ ୬କୋଟି ଓ ବର୍ଷକୁ ୭୨କୋଟି ଟଙ୍କାର ଦରମ‌ା ପାଉଥିବା ଜିରୋଧାର ପ୍ରତିଷ୍ଠାତା ନିଖିଲ କାମଥ ନିଜର ପରିଶ୍ରମ ବଳରେ ଏହି ସଫଳତାର ସ୍ବାଦ ଚାଖିଥିବା କୁହାଯାଉଛି।

ନିଖିଲ ତାଙ୍କ ସଂଘର୍ଷମୟ ଜୀବନ ଯାତ୍ରା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ୧୭ବର୍ଷ ବୟସରେ ଚାକିରି କରିବା ଆରମ୍ଭ କରି ଦେଇଥିଲି। ମୋର ପ୍ରଥମ ଚାକିରି ଏକ କଲ ସେଣ୍ଟରରେ ହୋଇଥିଲା। ସେଠାରେ ମୁଁ ମାସକୁ ୮ହଜାର ଟଙ୍କା ଦରମା ପାଉଥିଲି।

କଲ ସେଣ୍ଟରରେ କାମ କରୁଥିବା ସମୟରେ ହିଁ ମୁଁ ଏକ ଯୋଜନା କରିଥିଲି। ସେୟାର ଟ୍ରେଡିଙ୍ଗ କରିବା ଆରମ୍ଭ କରିଥିଲି। ଗୋଟିଏ ବର୍ଷ ମଧ୍ୟରେ ମୋତେ ବଜାର ଭେଲ୍ୟୁ କ’ଣ ତାହା ଜଣାପଡ଼ିଯାଇଥିଲା। ଯାହାକୁ ଦୃଷ୍ଟିରେ ରଖି ମୁଁ କାମରେ ଆଗକୁ ବଢ଼ିବଢ଼ି ଚାଲିଥିଲି। ଏହା କିନ୍ତୁ ଚ୍ୟାଲେଞ୍ଜ ଥିଲା। ମୁଁ ଏହି ଚ୍ୟାଲେଞ୍ଜକୁ ଆପଣାଇ କୋଟିପତି ହେବାର ଯାତ୍ରା ଆରମ୍ଭ କରିଥିଲି। ଏବେ ବି କଷ୍ଟ ସରିନି।ପ୍ରତିଦିନ ପରିଶ୍ରମ କରିବାକୁ ପଡ଼ୁଛି। ଦିନର ୮୫ ପ୍ରତିଶତ ସମୟ ମୁଁ କାମ କରିଥାଏ। କାରଣ ଭୟ ରହିଥାଏ କି ଯଦି ଏହା ମୋ ହାତରୁ ଚାଲିଯାଏ ତେବେ କ’ଣ ହେବ।’

ବ୍ୟୁରୋ ରିପୋର୍ଟ 

Related Articles

Back to top button