State

ବିଦ୍ୟୁତ ତାର ରେ ଲାଗି ଦୁଇ ନାବାଳକ ମୃତ,ଜଣେ ଗୁରୁତର

-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଚଡାଇପଙ୍କ ପଞ୍ଚାୟତର ସିଂହପାଲି ଗାଁ ନିକଟ ଜଙ୍ଗଲକୁ ଦୁଇଜଣ ନାବାଳକ ଛେଳି ଚରାଇଯାଇଥିଲେ ।ଗୋଟିଏ ଛେଳି ହଜିଥିବାରୁ ସେ ଜଙ୍ଗଳକୁ ଖୋଜିଯାଇଥିଲେ।ଦୁବୃର୍ତ୍ତମାନେ ବରହା ଜନ୍ତୁଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତ ନାବାଳକ ଦ୍ଵୟ ହେଲେ ରମେଶ ବୋର୍ (୧୩), ଚୁଟୁ ଡୁମଡୁମ (୧୨) ଓ ଆହତ ଜଣକ ନବୀନ ଡୁମଡୁମ (୫୦) । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ନାବାଳକ ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପରିବାର ଲୋକେ ଉଦ୍ଧାର କଲା ପରେ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନା ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସା କଲା ପରେ ଦୁଇ ନାବାଳକ ଦ୍ଵୟଙ୍କୁ ମୃତ ଘୋଷଣା କରିଥିଲେ।ବାରମ୍ବାର ଏଭଳି ଘଟଣା ଘଟୁଥିବା ସତ୍ୱେ ବନବିଭାଗ ତତ୍ପରତା ରହୁ ନାହିଁ। ଆଉ ଜଣେ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।ଏଭଳି ଘଟଣା ବାରମ୍ବାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି। ଅତିଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ଏସଡିପିଓ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି। ଗାଁ ରେ ଦୁଇ ନାବାଳକଙ୍କ ଶବ ସଂସ୍କାର କରାଯାଇଛି। ଗାଁ ରେ ଶୋକର ଛାୟା ଖେଳିଯାଇଛି।

 

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ସମର୍ଥ ନ୍ୟୁଜ

Related Articles

Back to top button