State
ଅଦିନିଆ ବର୍ଷା ଯୋଗୁଁ ମାଣ୍ଡିଆ ଚାଷ ପ୍ରଭାବିତ,ଚିନ୍ତାରେ ମାଣ୍ଡିଆ ଚାଷୀ


ଉଲୁଣ୍ଡା ୯/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲ ପଞ୍ଚାୟତର ମାଟୁପାଲି ମୌଜାରେ ଚଳିତ ବର୍ଷ ଓଡିଶା ମିଲେଟ ମିଶନ ତରଫରୁ ପ୍ରଧାନ କରାଯାଇଥିବା ମାଣ୍ଡିଆ, ବାଜରା ଓ ଜଂଜାଲା ଚାଷ ହୋଇଥିଲା ।ହେଲେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଚାଷୀ କହିଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ।ନୀଳାଞ୍ଚଳ ବ୍ରହ୍ମଚାରିଙ୍କୁ 1.5 ଏକର ଜମିରେ ମାଣ୍ଡିଆ ପାଣିରେ ନଷ୍ଟ ହୋଇଯାଇଛି । ଠିକ ସେହିପରି ମସ୍ତରାମ ମାଝୀଙ୍କ ବାଜରା ଖେତରେ ପାଣି ଜମି ଯାଇଛି ।ଯାହା ଫଳରେ ଚାଷୀମାନେ ହତାଶହୋଇଯାଇଛନ୍ତି।ସରକାର ତୁରନ୍ତ ଏହିଅଞ୍ଚଳ କୁ ପ୍ରତିନିଧି ପଠାଇବାକୁ ଚାଷୀମାନେ ଦାବି କରିଛନ୍ତି।




