State

ଖାଲ ଭିତରକୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍

ପୂର୍ବ ତଟ ବିଭାଗ ଅଧିନସ୍ଥ ବୈରୀ ରେଳ ଫାଟକ ନିକଟରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା କଡକୁ ଓଲଟି ପଡିଛି।ଭାଗ୍ୟ ବଳରୁ ଡ୍ରାଇଭର ଜଣକ ବର୍ତ୍ତୀ ଯାଇଛନ୍ତି।ଘଟଣାରୁ ପ୍ରକାଶ ଆଜି ଭୋର୍ ସମୟରେ ଓଆର୍ ୦୯ ଇ ୨୮୪୪ ନମ୍ବର ଟ୍ରକ୍ ଡାଲମିୟା ଓସିଏଲ୍ ସିମେଣ୍ଟ କମ୍ପାନୀ ରୁ ସିମେଣ୍ଟ ବୋଝେଇ କରି ବୈରୀ ରେଳ ଫାଟକ ରାସ୍ତା ଅତିକ୍ରମ କରୁଥିଲା।ରାସ୍ତା କଡରେ ରହିଥିବା ଖାଲ ରେ ପଛ ଚକଟି ପଡିଯିବା ଫଳରେ ଭାରସାମ୍ୟ ହରାଇ ଖାଲ ଭିତରକୁ ଟ୍ରକ୍ ଟି ଓଲଟି ପଡିଥିଲା।ସଙ୍ଗେ ସଙ୍ଗେ ଡ୍ରାଇଭର ଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରକ୍ କ୍ୟାବିନ୍ ମଧ୍ୟ ରୁ ବାହାରି ଆସିଥିଲେ।ଘଟଣା ସ୍ଥଳରେ ରେଳ ବିଭାଗ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। କାର୍ତିକ ଚନ୍ଦ୍ର ରାଉତ ବଡ଼ଚଣା

Related Articles

Back to top button