State

ସତୀଘାଟ ଜଳାଶୟ ନିର୍ମାଣ ପ୍ରକଳ୍ପ ବିରୋଦ୍ଧରେ ଚାଷୀଙ୍କ ବୈଠକ ।

ବୌଦ୍ଧ -୦୯/୧୨-(ହୃଦାନନ୍ଦ ମେହେର )-ବୌଦ୍ଧ ଜିଲ୍ଲା ସତୀଘାଟ ଜଳାଶୟ ନିର୍ମାଣ ପ୍ରକଳ୍ପ ବିରୁଦ୍ଧରେ ଏକ ଚାଷୀ ବୈଠକ ଟିକରପଡାଠାରେ ଶନିବାର ଅନୁଷ୍ଠିତ ହୋଇଅଛି। ଗମ୍ଭିରଦର୍ହ୍ ଠାରେ ବହୁମୁଖି ଜଳଭଣ୍ଡାର ନିର୍ମାଣ ର ପ୍ରଚେଷ୍ଟା ନ କରି ଚାଷୀ ବିରୋଧୀ ସତୀଘାଟ ପ୍ରକଳ୍ପ ନିର୍ମାଣ କୁ ଘୋର ବିରୋଧ କରାଯିବାକୁ ସ୍ଥିର ହେଲା। ଏହି ପ୍ରକଳ୍ପ ହେଲେ ତଳ ମୁଣ୍ଡରେ ଥିବା ସାଲୁଙ୍କି ପ୍ରକଳ୍ପ ଶୁଖିଲା ପଡ଼ିବ l ତଳ ମୁଣ୍ଡରେ ଥିବା 2 ଗୋଟି ପଂଚାୟତର ପ୍ରାୟ ୫୦୦୦୦ ଏକର ଜମି ମରୁଡ଼ିର ସମ୍ମୁଖୀନ ହେବ।ଜଳାଭାବ ସମୟରେ ତଳ ଓ ଉପରମୁଣ୍ଡରେ ଥିବା ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇ ବିବାଦୀୟ । ତେଣୁ ତଳ ଓ ଉପର ମୁଣ୍ଡର ଚାଷୀଙ୍କ ଜମି ଦୁଇଟି ଫସଲରେ ହସି ଉଠି ପାରିବ ନାହିଁ l ପାଇଁ ଗମ୍ଭିରଦର୍ହ ଜଳ ଭଣ୍ଡାର ପ୍ରକଳ୍ପ,(ଯାହାକି କେନ୍ଦ୍ରୀୟ ବୈଷୟିକ ଅନୁଧ୍ୟାନ କାରି ଦଳ ଗତ ୧୭-୧୨-୨୨ରେ ଅନୁକୂଳ ମନ୍ତବ୍ୟ ସରକାର ଙ୍କୁ ପ୍ରଦାନ କରି ଅଛନ୍ତି) ଅପରିହାର୍ଯ୍ୟ। ଏଇଥିପାଇଁ ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ବରେ ଗମ୍ଭୀରଦାର୍ହ୍ ସଂଗ୍ରାମ ସମିତି ଗଠନ ଆଜି କରାଗଲା l ଯେଉଁଥିରେ କି ସବୁ ଗାଁ ର ସଦସ୍ୟ ରହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର କରା ଯାଇଥିଲା। ଆଗାମୀ ୩୦ ତାରିଖରେ କେନ୍ଦ୍ର ମନ୍ତ୍ରୀଙ୍କ ବୌଦ ଗସ୍ତ ସମୟରେ ଗମ୍ଭିରାଦର ପ୍ରକଳ୍ପ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।କୁ ବୈଠକରେ ନିଷ୍ପତି ନିଆଯାଇଥିଲା l ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି,ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ସୂର୍ଯ୍ୟ ମହାପାତ୍ର,ଚାଷୀ ନେତା ବିଶି କେସନ ପ୍ରଧାନ,ଶମ୍ଭୁ ପ୍ରଧାନ,ସୁଶିଲ କୁମାର ମଲ୍ଲିକ, ଅର୍ତ୍ ଧଳ,ସତ୍ୟା ପ୍ରଧାନ,ନବୀନ ପ୍ରଧାନ,ହୃଷୀକେଶ ପ୍ରଧାନ,ପ୍ରମୁଖ ପ୍ରାୟ ୯୦ ଜଣ ଚାଷୀ ଉପସ୍ଥିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button