State

ପ୍ରତି ବର୍ଷ ପରିଆଜି ଛତିଆ ରେ କାର୍ତ୍ତିକେଶ୍ୱର ବାଲିଯାତ୍ରା ଭସାଣି ମହା ସମାରୋହ ରେ ଅନୁଷ୍ଠିତ

 

ପ୍ରତି ବର୍ଷ ପରିଆଜି ଛତିଆ ରେ କାର୍ତ୍ତିକେଶ୍ୱର ବାଲିଯାତ୍ରା ଭସାଣି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ପଟଣା ବାଲିଯାତ୍ରା ପଡିଆ ରେ ସମସ୍ତ ମେଢ଼ ଗୁଡିକ ଏକଜୁଟ ହୋଇଥିଲେ, ଥାନପତି ଉପର ବଜ଼ାର ଦେବିସାହି ଇନ୍ଦ୍ର ବଜ଼ାର ଚଟିଘର ନନାଟୁଙ୍ଗି ଚାନ୍ଦିନୀ ଚୌକି ଗୌରୀ ଶଙ୍କର ଓ ଏକ ଡାଳିଆ ମେଢ଼ ବିରାଟ ଶୋଭା ଯାତ୍ରା କରି ବଜ଼ାର

ପରିକ୍ରମା କରିଥିଲେ, ମେଢ଼ ଆଗରେ ବାଜା ଆତସ ବାଜି ବାଣ ସାଙ୍ଗକୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ କିଣି ନେଇଥିଲା, ଦେବୀ ସାହି ର ଅଘୋରୀ ବାବା ନୃତ୍ୟ ବିଶେଷ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇ ଉଠିଥିଲା, ବାଲି ଯାତ୍ରା ପଡିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା, ବୈରୀ ଥାନା iic ଶରତ କୁମାର ନାୟକ ବଡ଼ଚଣା ଥାନା IIC ଶରତ ପାତ୍ର ସଦଳବଳେ ଉପସ୍ଥିତ

ରହିଥିଲେ,2ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା, ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ତଥା ମେଢ଼ ର ମୁରବି ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ, ମେଢ଼ ଆଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ରାତ୍ର ପ୍ରାୟ 11ଟା ସୁଦ୍ଧା ସମସ୍ତ ମେଢ଼ କୁ ବିସର୍ଜନ କରା ଯାଇଥିଲା, ବାଲିଯାତ୍ରା ପଡିଆ ଟି ଲୋକାରଣ୍ୟ ହୋଇଉଠିଥିଲା, ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ ।  

Related Articles

Back to top button