State

ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

 

ଉଲୁଣ୍ଡା ୮/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଦୁର୍ଗାଚରଣ ସାହୁ,ଦୁର୍ବାସା ପଧାନ,ତେଜଶ୍ରି ମିଶ୍ର,ରଶ୍ମିରାଣି ବଡପଣ୍ଡା,ରେଣୁକା ହୋତା,ମନୋଜ ମିଶ୍ର ପରିଚାଳନା କରିଥିଲେ।ଆଗରୁ ୧୦୦ମି ଦୌଡ଼, ୨୦୦ମିଦୌଡ଼,ଫୁଟବଲ,ଲମ୍ବଜମ୍,ହାଇଜମ୍ବ, ଡିସକସ୍, କ୍ରିକେଟ ଖେଳ ହେଇଥିବା ବେଳେ ଆଜି କଲେଜ ପଡ଼ିଆରେ କବାଡି ପ୍ରତିଯୋଗିତା ହୋଇଥିଲା।ଏହି କବାଡି ପ୍ରତିଯୋଗିତା ରେ ସଚିନ ସେଠୀ,ପ୍ରିତମ କର୍ମୀ, ସିପୁନ ବାରିକ ଆଦି ଖେଳାଳି ଉତୀଣ୍ଣ ହୋଇଥିଲେ।ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

Related Articles

Back to top button