ଓଡିଶା ଷ୍ଟେଟ ଗ୍ରାମ ସଭା କୋଡ଼ିନେସନ କମିଟିର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ


ଭୁବନେଶ୍ୱର ଆଜି ବିଧାନସଭା ସମୁଖରେ ଗାନ୍ଧୀ ମାର୍ଗରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଲୋକମାନେ ଆସି ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଜନଆନ୍ଦୋଳନ କରିଥିଲେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ରାଜ୍ୟରେ ପେସା ଆଇନକୁ କଡାକଡି ପାଳନ ଓ ବିନା ଗ୍ରାମ ସଭାରେ କୌଣସି ଜମି କାହାକୁ ନ ଦେବା ପାଇଁ ସରକାର ନିୟମ କରିବାକୁ ଦାବି କରିଥିଲେ. ଆମେ ମହାମହିମ ରାଜ୍ୟ ପାଳଙ୍କୁ ଆମର ଦୁଇ ଦଫା ଦାବି ପତ୍ର ପ୍ରଦାନ କଲୁ ଓ ଗତ ନଭେମ୍ବର 14ତାରିଖରେ କ୍ୟାବିନେଟରେ ପାସ ହୋଇଥିବା ଆଦିବାସୀ ଜମି ବିକ୍ରି ସଂକ୍ରାନ୍ତ ସମସ୍ତ ଆଇନକୁ ପ୍ରତ୍ୟାହାର କରିବା ସହ ଆଦିବାସୀ ମାନଙ୍କ ପାଇଁ ଥିବା ମୂଳ ଆଇନ ଲାଗୁ କରିବାକୁ ଦାବି ଜଣାଇଲୁ ବୋଲି କହିଛନ୍ତି କୋଡିନେସନ କମିଟିର ରାଜ୍ୟ ସଭାପତି ବୁଧୁଆ ଜୋଜ. ସରକାର ନିରୀହ ସରଳ ଆଦିବାସୀଙ୍କ ଜମି ବଡ ବଡିଆଙ୍କୁ ଦେବାପାଇଁ ଚକ୍ରାନ୍ତ କରି ବଡବାଡିଆଙ୍କ ଘରେ ଆଦିବାସୀମାନଙ୍କୁ ମୁଲ ଲଗାଇବା ପାଇଁ ଏ ଯୋଜନା ଚାଲିଛି ଆମେ ଏହା ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ରାଜରାସ୍ତାକୁ ଆସିଛୁ ଓ ସରକାର ଆମ ଦାବି ନ ମାନିଲେ ସାରା ଓଡ଼ିଶାରେ ଆଦିବାସୀ ଭାଇମାନେ ଏକାଠି ହୋଇ ଆନ୍ଦୋଳନକୁ ତୀବ୍ରତର କରିବୁ ବୋଲି ଚେତାବନୀ ଦେଇଛନ୍ତି କୋଅର୍ଡିନେସନ କମିଟିର ସାଧାରଣ ସମ୍ପାଦକ ପାଣ୍ଡୁରାମ ହେମ୍ବ୍ରମ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍




