କୃଷ୍ଣାନନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଯୁକ୍ତ ଦୁଇ କଳା (Arts) ସ୍ବୀକୃତି ପ୍ରଦାନ


ତିର୍ତ୍ତୋଲ ::- ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ଉଭୟ ଗ୍ରାମବାସୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ତଥା ଗ୍ରାମ ପଞ୍ଚାୟତର ସମସ୍ତ ବୁଦ୍ଧିଜିବୀ ମାନେ ଉଚ୍ଚକର୍ତ୍ତ୍ତୃପକ୍ଷଙ୍କୁ ଆନନ୍ଦ ଉଲ୍ଲାସ ସହ କୃତଜ୍ଞତା ଜଣାଇଛନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନନୀୟ ଶିକ୍ଷା ମନ୍ତ୍ରୀ, ହାୟାର ସେକେଣ୍ଡାରୀ କାଉନସିଲ ନିର୍ଦ୍ଦେଶକ ଓ ଶିକ୍ଷା ସଚୀବ, ଜିଲ୍ଲା ଶିକ୍ଷା ପ୍ରଶାସନ ଜଗତସିଂହପୁର ଙ୍କ ମିଳିତ ଉଦ୍ୟମରେ +୨ ଶିକ୍ଷା ସଂସ୍ଥାନ ପାଇଁ ମଞ୍ଜୁରୀ ମିଳିପାରିଥିବାରୁ,CRC ଅଦ୍ଦୁଲ ଭୁଟ୍ଟୋ, ହାଜୀ ସେଖ ସମୀରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ସେଠୀ, ସରପଞ୍ଚ ନମିତା ଖଟୁଆ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସୁବାସ ବେହେରା, କୃଷ୍ଣାନନ୍ଦପୁର ଗ୍ରାମ ପଞ୍ଚାୟତର ସମସ୍ତ ୱାଡ ମେମ୍ବର ମାନେ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହୃଦୟ କୃତଜ୍ଞତା ଜ୍ଞାପନ କରିଛନ୍ତି ! ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ବିଧାୟକ ମାନ୍ୟବର ଶ୍ରୀ ବିଜୟ ଶଙ୍କର ଦାସ, ଲୋକସଭା ସଦସ୍ୟା ମାନ୍ୟବର ଶ୍ରୀମତୀ ରାଜଶ୍ରୀ ମଲିକ, ବିଜୁ ଜନତା ଦଳର ସମ୍ମାନିୟ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଵବିଭାଇ, ବିଜୁ ଜନତା ଦଳର ମୂଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ହାଜୀ ସେଖ ନସିମ ଉଦ୍ଦିନ, ହାଜୀ ସେଖ ସମୀରୁଦ୍ଦିନ ପୁରାତନ ଛାତ୍ରଛାତ୍ରୀ ସଂସଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିର ମହମ୍ମଦ କଲିମ ଭାଇ, ବିଶିଷ୍ଟ ସମାଜ ସେବୀ ମିର୍ଜା ମହେବୁବ ବେଗ, ପୁର୍ବତନ ସମିତି ସଭ୍ୟ ମହମ୍ମଦ ଆଜାଦ୍, ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ର ପ୍ରଫେସର ଶ୍ରୀ କବୀର୍ ମୋହନ ସେଠୀ ଙ୍କ ବହୁ ଅବଦାନ ପାଇଁ , କୃଷ୍ଣାନନ୍ଦପୁର ପଂଚାୟତର ଶୁଭ ଚିନ୍ତକ ତଥା ମୁରବୀ ଭାଇ ଓ ଭଉଣୀ ମାନେ ସୁଭେତ୍ସା ଜଣାଇଥିବାର ସୂଚନା ମିଳିଛି !
ତିର୍ତ୍ତୋଲ ରୁ ସନାଓର ଅଲିଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା।




