State

ଘଣ୍ଟାପଡ଼ା ଥାନା ଅଞ୍ଚଳରୁ ମୋଟ ୨୮ଲି.ମଦ ଜବତ ସହ ୨ଜଣକୁ ଗିରଫ କଲା କଣ୍ଟାମାଳ ଅବକାରୀ ବିଭାଗ , ,

ଘଣ୍ଟାପଡ଼ା ଥାନା ଅଞ୍ଚଳରୁ ମୋଟ ୨୮ଲି.ମଦ ଜବତ ସହ ୨ଜଣକୁ ଗିରଫ କଲା କଣ୍ଟାମାଳ ଅବକାରୀ ବିଭାଗ , , ଏପଟେ ଖୁଲମଖୁଲ୍ଲା ଦେଶୀ ଓ ବିଦେଶୀ ମଦ ଗାଁ ଗାଁ ବିକ୍ରି ଚାଲିଥିବାବେଳେ ଛୋଟିଆଙ୍କ ଉପରେ ଦାଉ ସାଧୁଛି ଅବକାରୀ ବିଭାଗ,ଗଞ୍ଜେଇ କଥା ନ କହିବା ଭଲ। ମାଫିଆଙ୍କ ବୋଲକରା ସାକିଛି ଅବକାରୀ ବିଭାଗ,

 

କଣ୍ଟାମାଳ ୦୮|୧୨( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଟି ମାମଲାରେ ୨୮ଲି ମଦ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତର କେଉଟିପାଲି ଗ୍ରାମରେ ଚଢାଉ କରି ଦେଶି ମଦ ଜବତ କରିଥିବା ବେଳେ ଘଟଣାରେ ଜଣକୁ ଗିରଫ କରାଯାଇଛି | ଜବତ ଦେଶି ମଦର ପରିମାଣ ୧୨ଲିଟର ହୋଇଥିବା ବେଳେ ସଂପୃକ୍ତ ମାଫିଆ ରାଘବ ଦେହେରିଆ (୩୬)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୧୪୨/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି | ସେହିଭଳି ଉକ୍ତ ପଞ୍ଚାୟତର ଫାସେଡ ଗ୍ରାମରେ ଚଢ଼ାଉ କରାଯାଇ ୧୬ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ସୁରେଶ କାଲସେ (୩୫) ନାମକ ଜଣେ ଯୁବକକୁ ଗିରଫ କରିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୧୪୩/୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି | କିନ୍ତୁ ଅସଲ ରୂପକୁ ଲୁଚାଉଛି ଅବକାରୀ ବିଭାଗ। ଏବେ ଗାଁ ଗାଁରେ ଖୁଲମଖୁଲ୍ଲା ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଛି। କିନ୍ତୁ ଅବକାରୀ ବିଭାଗ ଚୂପ।ନିଜର ଦାୟିତ୍ୱ ସଂପର୍ଣ୍ଣ କରିବାପାଇଁ ଶିକାର ପାଲଟନ୍ତି ଗୁଜୁରାଣ ମେଣଉଥିବା ଛୋଟିଆ କୁଚିଆ ବେପାରୀ । ଏଥିରେ ପୁଣି ବାହାବାହା ନେଉଛି ବିଭାଗ। କିନ୍ତୁ ଅସଲ ମାଫିଆ ନିଶ୍ଚିନ୍ତରେ । ତାପରେ ଗଞ୍ଜାଇ ବେପାର କଥା ନ କହିବା ଭଲ। ଗଞ୍ଜାଇ ମାଫିଆଙ୍କ ପାଇଁ ଭୂ-ସ୍ଵର୍ଗ ପାଲଟିଯାଇଛି ଏ ଅଞ୍ଚଳ । ଗତ ୨ ମାସ ପୂର୍ବରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ଗଞ୍ଜାଇ ଜବତ ହେଉଥିବାବେଳେ ଏବେ ବିଭାଗର ନିରବତା ସୂଚାଉଛି ଭିତିରି କଥା ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button