State

ପିତାମହୁଲ ପ୍ୟାକ୍ସର ନୂତନ କୋଠା ଉଦଘାଟିତ

 

ବୀରମହାରାଜପୁର ବ୍ଲକ ପିତାମହୁଲ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ନୂତନ କାର୍ଯ୍ୟଳୟ କୋଠା ଗୁରୁବାର ଉଦଘାଟିତ ହୋଇଯାଇଛି। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ବଲାଙ୍ଗୀର ଡିଆରସିଏସ ଦମୟନ୍ତୀ ସିଂ, ସ୍ଥାନୀୟ ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁର ଏଆରସିଏସ ପାଣୁଚରଣ ସାହୁ ଓ ସ୍ଥାନୀୟ

ଏଆରସିଏସ ପ୍ରେମାନନ୍ଦ ଦୀପ, ବିଡିସିସି ବ୍ୟାଙ୍କର ଶାଖା ପରିଚାଳକ ରଞ୍ଜନ ମିଶ୍ର, ଜଟେସିଂହା ପ୍ୟାକ୍ସର ସଭାପତି ଯତୀନ ପାଣିଗ୍ରାହୀ, ବ୍ୟାଙ୍କର ନିର୍ଦେଶକ ଯୋଗୀନ୍ଦ୍ର ମିର୍ଦ୍ଧା ଓ ବନମାଳୀ ମେହେର, ପ୍ୟାକ୍ସର ସଭାପତି ବୈଦ୍ୟନାଥ କର୍ମୀ, ସମ୍ପାଦକ ହିମାଂଶୁ ପଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହା ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button