କଳାହାଣ୍ଡି ଜିଲ୍ଲା କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ନୂଆ-ଓ ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ


କଳାହାଣ୍ଡି ଜିଲ୍ଲା କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରାୟୋଜିତ ନୂଆ-ଓ ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ଓଡ଼ିଶା ଗଠନରେ ଯୁବପିଢିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଉତ୍ସବର ଦ୍ଵିତୀୟ ସତ୍ରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଓ ଉଚ୍ଚ ଶିକ୍ଷା ବିଭାଗ ସହ ନିର୍ଦ୍ଦେଶକ ଝୁମର ମାଝୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ

ସଭାପତି ଧ୍ରୁବଚରଣ ପ୍ରଧାନ, ଅଧ୍ୟାପକ ନବକିଶୋର ପ୍ରଧାନ, ଲଳିତ ପଣ୍ଡା, ରଣଜିତ ମେହେର, ମୋହନ ପୁଟେଲ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିନିଶହ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




