State

ନିଆଳିରେ ଖୋଲିଲା ଚକ୍ଷୁ ଚିକିତ୍ସାଳୟ ନୂଆଗାଁ ବଙ୍ଗାଳିସାହୀ ସ୍ଥିତ ଶ୍ରୀଦୁର୍ଗାଚକ୍ଷୁ ହସ୍ପିଟାଲ ର ଶୁଭ ଉଦଘାଟନ

 

ନିଆଳିରେ ଖୋଲିଲା ଚକ୍ଷୁ ଚିକିତ୍ସାଳୟ ନୂଆଗାଁ ବଙ୍ଗାଳିସାହୀ ସ୍ଥିତ ଶ୍ରୀଦୁର୍ଗାଚକ୍ଷୁ ହସ୍ପିଟାଲ ର ଶୁଭ ଉଦଘାଟନ ହୋଇଯାଇଛି । ଏହି ପ୍ରାଇଭେଟ ହ୍ରସପିଟାଲର ଶୁଭଉଦଘାଟନ କରିଛନ୍ତି ଜନପ୍ରିୟ ବିଧାୟକ ପ୍ରଫେସର ଡଃ ପ୍ରମୋଦ କୁମାର ମଲିକ୍ । ଆଖି ସମସ୍ୟାକୁ ନେଇ ନିଆଳି ତଥା ନିଆଳିର ଆଖ ପାଖ ଅଞ୍ଚଳର ଜନ ସାଧାରଣ ମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଖର୍ଚାନ୍ତ ହୋଇ ଦୁଇ ସହରକୁ ଯିବାକୁ ପଡ଼ୁଥିଲା । ଶ୍ରୀଦୁର୍ଗା ଚକ୍ଷୁ ହସ୍ପିଟାଲ ହେବା ଫଳରେ ରୋଗୀମାନେ ସୁବିଧାରେ ଉନ୍ନତମାନର ଚିକିତ୍ସା ସେବା ପାଇବାସହ ସରକାରୀ ସୁବିଧାସୁଯୋଗ ପାଇପାରିବେବୋଲି ପ୍ରଫେସର ଡଃ ପ୍ରମୋଦ ମଲ୍ଲିକ କହିଛନ୍ତି।ଉଦଘାଟନୀ ଉତ୍ସବରେ ହସପିଟାଲର MD ଜ୍ଞାନ ରଂଜନ ସ୍ଵାଇଁଙ୍କ ସମେତ ହସ୍ପିଟାଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

କଟକ ଜିଲ୍ଲା ନିଆଳିରୁ ସେକଫାୟାଜଉଦ୍ଦିନ । ସମର୍ଥ ନିୟୁଜ

Related Articles

Back to top button