State

ସ୍ଵେଚ୍ଛାସେବୀ ଶାନ୍ତନୁ ପ୍ରଧାନ ହେଲେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନାର କଣ୍ଟାମାଳ ବ୍ଲକ୍ ସେନା ପ୍ରମୁଖ

 

କଣ୍ଟାମାଳ, ତା ୭/୧୨: (ପ୍ରଭାତ କୁମାର ସାହୁ) ଅବହେଳିତ ଅନୁନ୍ନତ ପଛୁଆ ଜିଲ୍ଲା ଭାବେ ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ସେବା, ସଂସ୍କାର ଏବଂ ସଂଘର୍ଷକୁ ସଂଗଠନର ମୂଳମନ୍ତ୍ର ଆଧାରରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଗର୍ଜନ ସେନାର କାର୍ଯ୍ୟକର୍ତ୍ତା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଂଘର୍ଷ କରୁଛନ୍ତି l ସେମାନଙ୍କ ସ୍ୱେଛାକୃତ କାର୍ଯ୍ୟର ଦକ୍ଷତାନୁଶାରେ ସଂଗଠନ ତାଙ୍କୁ ନିଜର ଶ୍ରେଷ୍ଠତ୍ଵ ବଜାୟ ରଖିବା ପାଇଁ ଗୁରୁ ଦାୟିତ୍ଵ ପ୍ରଦାନ କରିଥାଏ। ତତ୍ଅନୁଯାୟୀ କଣ୍ଟାମାଳ ବରଗାଁ ଅଞ୍ଚଳର ଯୁବ ସ୍ଵେଚ୍ଛାସେବୀ ଶାନ୍ତନୁ ପ୍ରଧାନଙ୍କୁ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନାର କଣ୍ଟାମାଳ ବ୍ଲକ୍ ସେନା ପ୍ରମୁଖ ଚୟନ କରିଅଛି। ଯାହାକି ଗର୍ଜନ ସେନା ଜିଲ୍ଲା ସେନା ପ୍ରମୁଖ ବାଲ୍ମିକୀ ମହାକୁଡ ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି l ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାକୁ ଏକ ସ୍ବତନ୍ତ୍ର ଗାରିମାମୟ ଜିଲ୍ଲାର ପରିଚୟ ସୃଷ୍ଟି କରିବାରେ ଗର୍ଜନ ସେନା ସହାୟକ ହେବ ବୋଲି ସଙ୍ଗଠନ ଦାବି କରିଛି l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button