State

ବିଲାସପୁର ଉଚ୍ଚ ବିଦ୍ୟାଳୟରେ ସୁନେତ୍ର କାର୍ଯ୍ୟକ୍ରମ

କଣ୍ଟାମାଳ, ୦୭|୧୨( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଲାସପୁରସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଣ୍ଡୀ ପ୍ରସାଦ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ | ଏହି ଶିବିରରେ ସମୁଦାୟ ୨୩୨ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ଆବଶ୍ୟକୀୟ ଚଷମା ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଥିଲା | ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚକ୍ଷୁ ବିଶେଷଜ୍ଞ ଡ଼ଃ ବଲ୍ଲଭ ପ୍ରଧାନ, ଚକ୍ଷୁ ପରୀକ୍ଷକ ସନ୍ତୋଷ ବରାଳ , ବୀରମହାରାଜପୁରର ମହାନଦୀ ନେତ୍ର ଚିକିତ୍ସାଳୟରୁ ଚିକିତ୍ସକ ମାନେ ଆସି ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ରାଜକିଶୋର ସା ଓ ସତ୍ୟବାନ ପ୍ରଧାନ ପରିଚାଳନା କରିଥିଲେ | ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଦିନାଥ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button