State
ହରି ଭକ୍ତ ସ୍ବର୍ଗତ ହରିହର ଦାସ ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସ ଭବନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ବଡ଼ଚଣା ବ୍ଲକ ପାରିଆ ପଂଚାୟତ ଅନ୍ତର୍ଗତ ବରୁଣିଆ ଗ୍ରାମ ର ହରି ଭକ୍ତ ସ୍ବର୍ଗତ ହରିହର ଦାସ ଙ୍କ ଏକାଦଶାହ ଉପଲକ୍ଷେ ଆଜି ତାଙ୍କ ବାସ ଭବନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି, ସମାଜସେବୀ ଛାୟାମଣୀ ଜେନା ଏଥିରେ ସଭା ପତିତ୍ୱ କରିଥିବା ବେଳେ ଶିକ୍ଷାବିତ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ, ସ୍ବର୍ଗତ ଦାସ ଥିଲେ ଜଣେ ହରିଙ୍କ ଏକନିଷ୍ଟ ଭକ୍ତ, ସାଧକ, ସେବକ ଓ ସଂକୀର୍ତନ ପ୍ରେମୀ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଶକ୍ତି ରଞ୍ଜନ ରାଉତ ନିରଞ୍ଜନ ମଲିକ ଭାଗ୍ୟଧର ଦାସ ରଞ୍ଜନ ଦାସ ପବିତ୍ର ଦାସ ଶ୍ରୀକାନ୍ତ ଦାସ ପ୍ରମୁଖ ଦାସ ଙ୍କ ଗୁଣ ଗାନ କରିଥିଲେ, କୈଳାସ ଦାସ ଭାଗବତ ପରାୟଣ କରିଥିଲେ, ଉପୁଳା, ଗୋଡ଼ାସାହି ବଡ଼ ପୋଖରୀଆ ର ସଂକୀର୍ତନକାରମାନେ ଦିବସ ବ୍ୟାପି ନାମ ସଂକୀର୍ତନ ପରିବେଷଣ କରିଥିଲେ, ବହୁ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ news




