ଆନ୍ତର୍ଜାତୀୟ ସିଭିଲ ଆଭିଏସନ ଦିବସ ପାଳିତ.


ଭୁବନେଶ୍ୱର ଆଜି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଠାରେ ଇଣ୍ଟରନ୍ୟାସନେଲ ବେସାମାରିକ ବିମାନ ଚଳାଚଳ ଦିବସ ପାଳନ କରାଯାଇଅଛି. ଏହି ଉପଲକ୍ଷେ ବିଭିନ୍ନ ସ୍କୁଲ ପିଲାମାନଙ୍କୁ ନେଇ ପ୍ରତିଯୋଗିତା ମାନ କରାଯାଇଥିଲା. ବିମାନ ଉଡାଣ ଓ ବିଜ୍ଞାନର ପ୍ରୟୋଗ ସମ୍ବନ୍ଧରେ କୁଇଜ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କାର ବଣ୍ଟନ ହୋଇଥିଲା. ପିଲାମାନଙ୍କୁ ଏନକରେଜ କରିବା ପାଇଁ ଭବିଷ୍ୟତରେ ବିମାନ ସମ୍ବନ୍ଧରେ କାମ କରିବା ପାଇଁ ସେମାନଙ୍କୁ କିଛି ଧାରଣା ଦିଆଯାଇଥିଲା, ବିମାନ ସେବା ବିଷୟରେ ଜାଣିବା ଓ ଏକ୍ନୋଲୋଜି ବିଷୟରେ ଜ୍ଞାନ ପାଇବା ପାଇଁ ଆମର ଏହି ପ୍ରୟାସ ବୋଲି କହିଛନ୍ତି ରିଜିଅନାଲ ବିଜ୍ଞାନ କେନ୍ଦ୍ରର ପ୍ରୋଜେକ୍ଟ କୋଡିନେଟର ଆପିଲ ଜେନ. ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବିଜୁ ପଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର କୁମୁଦ କର ଯୋଗ ଦେଇ ପିଲାମାନଙ୍କୁ ବିମାନଙ୍କୁ ସିଗନାଲ, ପାଇଲଟ ମାନକ ସହ ଯୋଗାଯୋଗ କରିବା, ପ୍ଲେନ ଅବତରଣ କରିବା ଭଳି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରଥିଲେ.
ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ ସମର୍ଥ ନିୟୁଜ୍




