State

ବର୍ଷା ରେ ଭିଜିଲା କଟା ଧାନ, କ୍ଷତିପୂରଣ ପାଇଁ ଦାବି

 

ଉଲୁଣ୍ଡା 7/12 ବାତ୍ୟା “ମିଗଜୋମ” ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଅଞ୍ଚଳ ବୁଧବାର ପାହାନ୍ତିଆ ଠାରୁ ଅଦିନିଆ ବର୍ଷା ହୋଇଛି। ବର୍ଷା ହେବା ଫଳରେ ଚାଷଜମିରେ କଟା ଧାନ ସବୁ ଓଦା ହୋଇଥିବାର ଦେଖିବାକୁ ମିଳୁଛି।ଯାହା ଫଳରେ ଚିନ୍ତାରେ ଚାଷୀ।ଧାନ ଅମଳ ସମୟରେ ଦାଉ ସାଧିଲା ବର୍ଷା।ଏବେ ବିଲରେ କଟା ଧାନ ପେଟା ପଡିଥିବା ବେଳେ ଆଉ କେତେକ ଯାଗା ବିଲରେ ଧାନ ଖରି କରି ରଖିଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଚାଷୀ ର ଧାନ ପେଟା ଭିଜି ଗଜା ହେବାକୁ ବସିଲାଣି। ପ୍ରଶାସନ ତରଫରୁ ଅତି ଶୀଘ୍ର ଚାଷୀଙ୍କୁ କ୍ଷୟକ୍ଷତି ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button