State

ଉଲୁଣ୍ଡା କଲେଜ ପଡ଼ିଆରେ କ୍ରୀଡା ଉତ୍ସବ ଅନୁଷ୍ଠିତ 

 

ଉଲୁଣ୍ଡା ୭/୧୨ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ ପଡିଆ ରେ ନୂଆ ଓଡିଶା ର କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଉଲୁଣ୍ଡା ପଞ୍ଚାୟତ ସରପଞ୍ଚ ରଶ୍ମୀତା ଭୋଇ,ଯୁକ୍ତ ଦୁଇର ଅଧ୍ୟକ୍ଷ ରମାକାନ୍ତ ବିଶି, ନୋଡାଲ ଅଫିସର ଦୁର୍ଗାଚରଣ ସାହୁ ଯୋଗ ଦେଇଥିଲେ।ଅଧ୍ୟାପକ ଦୁର୍ବାସା ପଧାନ ସଭା ପରିଚାଳନା କରିଥିଲେ। ଏହି ଅବସରରେ ୧୦୦ମି ଦୌଡ଼,୨୦୦ମି ଦୌଡ଼,ଫୁଟବଲ,କବାଡି,ଡିସକସ୍, ସଟ୍ ଫୁଟ୍,ହାଇ ଜମ୍,ଲମ୍ବ ଜମ୍ ସହ ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button