State

ଆମ୍ବେଦକରଙ୍କର ମହା ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି ।

ଢେଙ୍କାନାଳ ହିନ୍ଦୋଳ ଠାରେ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଓ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ ହିନ୍ଦୋଳ ଆନୁକୂଲ୍ୟରେ ଡ଼ଃ ବାବାସାହେବ ଆମ୍ବେଦକରଙ୍କ 67ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି l ସଂଗଠନ ତରଫରୁ ହିନ୍ଦୋଳ NAC ଅନ୍ତର୍ଗତ କାନ୍ଦାରଶୁଣି ଠାରୁ ହିନ୍ଦୋଳ ବସଷ୍ଟାଣ୍ଡ ନିକଟ ଡ଼ଃ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଶୋଭାଯାତ୍ରା ରେ ଯୋଗଦାନ କରିଥିବା ମୂଳନୀବାସୀ ଜାଗୃତି ପରିଷଦର କାର୍ଯ୍ୟକର୍ତା ମାନେ ମହାପୁରୁଷ ମାନଙ୍କ ସମ୍ବଦ୍ଧରେ ସଂଗୀତ ପରିବେଷଣ କରିଥିଲେ l ହିନ୍ଦୋଳ ମାଟିରେ

ଆମ୍ବେଦକରଙ୍କ ପ୍ରତି ସଚେତନତା ରଥ ପରିକ୍ରମା କରି ଲୋକାଭିମୁଖୀ କରିଥିଲେ l ଡ଼ଃ ଆମ୍ବେଦକର ଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରି ହିନ୍ଦୋଳ ଟାଉନ ହଲ ଠାରେ ସାମ୍ବାଦିକ ସମ୍ମିଳନୀ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସଂଗଠନ ର ସଭାପତି ଓ ଆଇନୀଜୀବୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଉଦବୁଧନ ଦେଇଥିଲେ l ଡ଼ଃ ଆମ୍ବେଦକର ଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ନୟା ବାଗିରଥିପୁର ସରପଞ୍ଚ ଶ୍ରୀଯୁକ୍ତ ଜୋତି ନାଏକ ଆଲୋକପାତ କରିଥିଲେ l ଆଗାମୀ ଦିନରେ ଦେଶରେ ଏକତା ଓ ଅଖଣ୍ଡତାକୁ ଅଖୁର୍ଣ ରଖିବାପାଇଁ ହିନ୍ଦୋଳର ନାଗରିକ ମାନଙ୍କୁ ଅନୁପ୍ରାଣିତ କରିବାପାଇଁ କାର୍ଯ୍ୟକର୍ତା ମାନେ ଯତ୍ନବାନ ହେବେ ବୋଲି ସଂକଳ୍ପ ଗ୍ରହଣ କରିଥିଲେ l

 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button