ମିଡଇଷ୍ଟ ହୋଟେଲ ଉପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଚଢାଉ : ବାଳ ଶ୍ରମିକ ଇଦ୍ଧାର,ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଓ ୨୦ ହଜlର ପୈଠ ପାଇଁ ନିର୍ଦ୍ଦେଶ।


ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଥିବା ମିଡଇଷ୍ଟ ହୋଟେଲ ମାଲିକ ଶ୍ରମ ଆଇନକୁ ଉଲଙ୍ଘନ କରି ବହୁ ବାଳ ଶ୍ରମିକଙ୍କୁ ହୋଟେଲରେ କଠିନ କାର୍ଯ୍ୟରେ ବେଆଇନ ଭାବେ ନିୟୋଜିତ କରୁଥିବା ଅଭିଯୋଗ ପାଇ ଶନିବାର ଦିନ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପକ୍ଷରୁ ପୋଲିସ ସହାୟତାରେ ହୋଟେଲ ଉପରେ ଚଢାଉ କରାଯାଇଥିଲା! ଚଢାଉ ସମୟରେ ଦୁଇଜଣ ବାଳଶ୍ରମିକଙ୍କୁ ଏହିଟିମ ଉଦ୍ଧାର କରିବା ସହ ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚରାଉଚରା କରିଥିଲେ! ଦୀର୍ଘ ଦିନହେବ ବେଆଇନ ଭାବେ ହୋଟେଲ ମାଲିକ ଏହି ବାଳ ଶ୍ରମିକ ମାନଙ୍କୁ ହୋଟେଲର କଠିନ କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ସୁନନ୍ଦା ବିଶ୍ୱାଳ ଘଟଣା ସ୍ଥଳରେ ହୋଟେଲ ମାଲିକଙ୍କ ବିରୁଦ୍ଧରେ ବାଳ ଶ୍ରମିକ ନିରୋଧ ଆଇନ ଧାରା ୭,୮,୯,୧୧ ଓ ୧୨ ଏକ ମାମଲା ରୁଜୁକରି କରଣ ଦର୍ଶାଅ ନୋଟିସ ଯାରୀକରିବା ସହ ୨୦ ହଜାର ଟଙ୍କା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ! ଉଦ୍ଧାର ହୋଇଥିବା ଦୁଇଜଣ ବାଳ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ବୟଷ ନେଇ ସପୃକ୍ତ ଟିମର ସନ୍ଦେହ ହେବାରୁ ତାକୁ ଛାଡି ଦିଆଯାଇଥିଲା ବେଳେ ଅନ୍ୟ ଜଣକୁ ଜିଲ୍ଲା ଶ୍ରମ ଅଧିକାରୀ ସାଥିରେ ନେଇ ଯାଇଥିଲେ! ଉଦ୍ଧାର ହୋଇଥିବା ଏହି ବାଳ ଶ୍ରମିକଙ୍କୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ଓ ସପୃକ୍ତ ବିଭାଗ ତାର ସମସ୍ତ ବ୍ୟବସ୍ଥା କରିବେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି! ଶ୍ରମ ଆଇନ ଅନୁଯାଇ ହୋଟେଲ ମାଲିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯାରୀ ହୋଇଥିବା କାରଣ ଦର୍ଶାଅ ନୋଟିସର ଯବାବ ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଥିଲେ! ଏହି ଚଢାଉରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କ ସହ ଚଣ୍ଡିଖୋଲ ଫାଣ୍ଡି ଅଧିକାରି ଓ ପୋଲିସ ଟିମ ସାମିଲ ଥିଲେ! ତେବେ ଶ୍ରମ ବିଭାଗର ଏହି ଚଢାଉ ଦେଖି ହୋଟେଲ କତ୍ତୃପଖ୍ୟ କାମକରୁଥିବା ଅନ୍ୟ କେତେକ ବାଳ ଶ୍ରମିକଙ୍କୁ ହୋଟେଲରୁ ଅନ୍ୟତ୍ର ଭଗାଇ ଦେଇଥିବା ଅଭିଯୋଗ ହୋଇଛି! କେବଳ ଏତିକି ନୁହେଁ ଏହି ହୋଟେଲରେ ଅତି ନିମ୍ମ ମାନର ଖାଦ୍ୟ ସାମଗ୍ରୀ ପରସା ଯାଉଥିଲେ ମଧ୍ୟ ଗ୍ରାହକଙ୍କ ଠାରୁ ଚଢା ମୂଲ୍ୟ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି ! ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍




